ପ୍ରତ୍ୟକ୍ଷ ସଂଘର୍ଷ ହୋଇଥିବାରୁ ଦୀର୍ଘ ଦିନ ଚାଲିପାରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ

Advertisment
ପ୍ରତ୍ୟକ୍ଷ ସଂଘର୍ଷ ହୋଇଥିବାରୁ ଦୀର୍ଘ ଦିନ ଚାଲିପାରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ

ୱାସିଂଟନ୍‌: କିବ୍‌ ସୈନିକମାନ‌େ ଖାର୍କିଭ୍‌ ଅଞ୍ଚଳ ପୁନଃ ଦଖଲ କରିବା ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଯୋଗାଉଥିବା ଅସ୍ତ୍ରଶସ୍ତ୍ର ଉପଯୋଗ କରିବା ସତ୍ତ୍ବେ ୟୁକ୍ରେନ୍‌ ଯୁଦ୍ଧ ଦୀର୍ଘ ଦିନ ଧରି ଚାଲିପାରେ ବୋଲି ଗୁରୁବାର ଦିନ ପେଣ୍ଟାଗନ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ରୁଷ୍‌ ସୈନିକମାନଙ୍କର ସାମର୍ଥ୍ୟ ଶେଷ ହୋଇ ଆସିଲାଣି ଏବଂ ସେମାନେ ଆଉ ଅଗ୍ରସର ହୋଇ ପାରିବେ ନାହିଁ ବୋଲି ସମୀକ୍ଷକମାନେ ଯାହା କହୁଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ ବୋଲି ପେଣ୍ଟାଗନ୍‌ ଅଧିକାରୀଜଣକ କହିଛନ୍ତି।

publive-image Image Courtesy of Vox

ନିଜର ନାମ ଗୁପ୍ତ ରଖିବା ସର୍ତ୍ତରେ ଉକ୍ତ ଅଧିକାରୀଜଣକ କହିଛନ୍ତି, ସମୟକ୍ରମେ ଯୁଦ୍ଧର ଗତି କ’ଣ ହେବ ତାହା ଜାଣିବା କଷ୍ଟସାଧ୍ୟ।

ୟୁକ୍ରେନୀୟ ସୈନିକମାନଙ୍କ ନିର୍ଦେଶ ଓ ନିୟନ୍ତ୍ରଣ, ଐକ୍ୟ ଓ ଉଚ୍ଛ୍ବାସକୁ ପ୍ରଶଂସା କରି ସେ କହିଛନ୍ତି ଯେ, ରୁଷୀୟ ସୈନିକମାନେ ଏମାନଙ୍କ ସମକକ୍ଷ ହେବେ ନାହିଁ। କିନ୍ତୁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁଦ୍ଧ ନିମନ୍ତେ ରୁଷୀୟମାନଙ୍କର ଆହୁରି ଅନେକ ସୁବିଧା ଏବଂ ବିପୁଳ ସାମର୍ଥ୍ୟ ଗଚ୍ଛିତ ଅଛି। ଏବଂ ସେମାନେ ଦକ୍ଷିଣରେ ଡୋନ୍‌ବାସ୍‌ ଏବଂ ପଶ୍ଚିମରେ ମିକୋଲେଭ୍‌ ଅଞ୍ଚଳରେ ସେମାନଙ୍କର ସ୍ଥିତି ସୁଦୃଢ଼ କରିଛନ୍ତି।

publive-image Image Courtesy of NDTV

ଉଭୟ ଅଞ୍ଚଳରେ ଉଭୟ ପକ୍ଷର ସୈନିକମାନେ ଅତି ନିକଟରେ ଥାଇ ପ୍ରତ୍ୟକ୍ଷ ଭାବେ ଯୁଦ୍ଧରତ ଥିବାରୁ ଯୁଦ୍ଧ ଦୀର୍ଘ ଦିନ ଧରି ଚାଲିବ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe