ମୁଁ ଥଟ୍ଟା କରୁନାହିଁ, ତୁମ ସ୍କୁଲରେ ଶକ୍ତିଶାଳୀ ବୋମା ଖଞ୍ଜାଯାଇଛି; ୭ଟି ସ୍କୁଲକୁ ଏଭଳି ମେଲ୍ ଆସିବା ପରେ ଆରମ୍ଭ ହେଲା ତଦନ୍ତ

Advertisment
ମୁଁ ଥଟ୍ଟା କରୁନାହିଁ, ତୁମ ସ୍କୁଲରେ ଶକ୍ତିଶାଳୀ ବୋମା ଖଞ୍ଜାଯାଇଛି; ୭ଟି ସ୍କୁଲକୁ ଏଭଳି ମେଲ୍ ଆସିବା ପରେ ଆରମ୍ଭ ହେଲା ତଦନ୍ତ

ବେଙ୍ଗାଲୁରୁ: ମୁଁ ଥଟ୍ଟା କରୁନାହିଁ, ତୁମ ସ୍କୁଲରେ ଶକ୍ତିଶାଳୀ ବୋମା ଖଞ୍ଜାଯାଇଛି। ଶୁକ୍ରବାର ସକାଳ ସମୟରେ ୭ଟି ସ୍କୁଲକୁ ଏଭଳି ମେଲ୍ ଆସିବା ପରେ ଏବେ ହାଇ ଆଲର୍ଟରେ ପୁଲିସ। କର୍ଣ୍ଣାଟକର ବେଙ୍ଗାଲୁରୁରେ ଥିବା ୭ଟି ବିଦ୍ୟାଳୟରେ ବୋମା ଖଞ୍ଜାଯାଇଥିବା ନେଇ ମେଲ୍ ଆସିବା ପରେ ପୁଲିସ ତୁରନ୍ତ ୭ଟି ସ୍କୁଲରେ ପହଞ୍ଚିଥିଲା। ଏହା ସହ ବୋମା ନିରୋଧ ସ୍କ୍ବାଡ୍ ପହଞ୍ଚି କ୍ୟାମ୍ପସ୍ ଯାଞ୍ଚ କରିଥିଲେ। ଏପର୍ଯ୍ୟନ୍ତ କୌଣସି ବିଦ୍ୟାଳୟରେ ବିସ୍ଫୋରକ ସାମଗ୍ରୀ ମିଳିନଥିବା ବେଳେ ସତର୍କ ରହିଛି ପୁଲିସ। ପରୀକ୍ଷା ଚାଲିଥିବାରୁ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।

publive-image indiatoday

ତେ‌ବେ ଆଜି ସକାଳେ ସ୍କୁଲକୁ ଆସିଥିବା ମେଲ୍ ରେ ଲେଖାଥିଲା ଯେ, ତୁମ ବିଦ୍ୟାଳୟରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ବୋମା ଖଞ୍ଜାଯାଇଯାଇଛି। ମୁଁ ଥଟ୍ଟା କରୁନାହିଁ। ତୁମ ବିଦ୍ୟାଳୟରେ ଅତି ଶକ୍ତିଶାଳୀ ବୋମା ଲଗାଯାଇଛି। ସଙ୍ଗେ ସଙ୍ଗେ ପୁଲିସଙ୍କୁ ଡାକନ୍ତୁ। ନଚେତ୍ ଆପଣଙ୍କ ସମେତ ଶହ ଶହ ଲୋକ କ୍ଷତିଗ୍ରସ୍ତ ହୋଇପାରନ୍ତି। ବିଳମ୍ବ କରନ୍ତୁ ନାହିଁ। ବର୍ତ୍ତମାନ ସବୁକିଛି କେବଳ ଆପଣଙ୍କ ହାତରେ ଅଛି! ଏଭଳି ମେଲ୍ ଆସିବା ପରେ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପୁଲିସକୁ ସୂଚନା ଦେଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରୀ ମିଳିପାରିନାହିଁ।

Police teams were rushed to six schools in Bengaluru after they received bomb threats on Friday morning. (Photo: Representative) indiatoday

ବେଙ୍ଗାଲୁରୁର ବର୍ଥୁରରେ ଥିବା ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ଗୋପାଳନ ଅନ୍ତର୍ଜାତୀୟ ବିଦ୍ୟାଳୟ, ନିଉ ଏକାଡେମୀ ବିଦ୍ୟାଳୟ, ସେଣ୍ଟ ଭିନ୍ସେଣ୍ଟ ପୌଲ୍ ସ୍କୁଲ୍, ଗୋବିନ୍ଦପୁରାରେ ଥିବା ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍, ଏବଂ ଇଲେକ୍ଟ୍ରୋନିକ୍ ସିଟିରେ ଥିବା ଏବେନେଜର ଆନ୍ତର୍ଜାତୀୟ ବିଦ୍ୟାଳୟକୁ ଏହି ମେଲ୍ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe