indiatoday
ନୂଆଦିଲ୍ଲୀ: ଆଜିକୁ ୨୦ଦିନ ବିତିଲାଣି, ହେଲେ ରକ୍ତରେ ହୋଲି ଖେଳିବା ବନ୍ଦ କରିନାହିଁ ରୁଷ୍। ନିଜର ସର୍ତ୍ତ ପୂରଣ ହୋଇନଥିବାରୁ ଗୋଟେ ପରେ ଗୋଟେ ସହରକୁ ଧସେଇ ପସିଚାଲିଛନ୍ତି ରୁଷୀୟ ସେନା। ଶହ ଶହ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଏବେ ୟୁକ୍ରେନ ରାସ୍ତାରେ କେବଳ ଦେଖିବାକୁ ମିଳୁଛି ରକ୍ତର ଛିଟା। ତେବେ କେବଳ ୟୁକ୍ରେନ ନୁହେଁ ପୂରା ୟୁରୋପକୁ କବଜା କରିବାକୁ ରୁଷ ଚାହୁଁଥିବା କହିଛି ୟୁକ୍ରେନର ବୈଦେଶିକ ମନ୍ତ୍ରାଳୟ। ଏକ ଭିଡିଓ ଜାରି କରି କେବଳ ୟୁକ୍ରେନ ନୁହେଁ ୟୁରୋପ ବିରୋଧରେ ରୁଷ୍ ଯୁଦ୍ଧ ଆରମ୍ଭ କରିଛଇ ବୋଲି କହିଛି ୟୁକ୍ରେନର ବୈଦେଶିକ ମନ୍ତ୍ରାଳୟ।
ଭିଡିଓରେ ୨୦ଦିନ ଭିତରେ ରୁଷ କରିଥିବା ବର୍ବରତାକୁ ଦେଖାଇବା ସହ କ୍ୟାପସନରେ ଲେଖାଯାଇଛି ଯେ, ଏହା କେବଳ ୟୁକ୍ରେନ ଉପରେ ରୁଷର ଆକ୍ରମଣ ନୁହେଁ, ଏହା ୟୁରୋପ ବିରୋଧରେ ଯୁଦ୍ଧର ଆରମ୍ଭ। ଉପରକୁ ଦେଖ! ଆକାଶ ବନ୍ଦ କର!
ତେବେ ପୂର୍ବରୁ ଅନେକ ଥର ୟୁକ୍ରେନ ‘ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍’କୁ (ନାଟୋ)କୁ ୟୁକ୍ରେନ୍ ଆକାଶରେ ‘ନୋ-ଫ୍ଲାଏ ଜୋନ୍’ ବ୍ୟବସ୍ଥା କରାଇବା ଦାବି କରିସାରିଛି। ହେଲେ ନାଟୋ ଏହାକୁ ପ୍ରତି ଥର ଆଗ୍ରହ୍ୟ କରିଚାଲିଛି। ଫେବ୍ରୁଆରି ୨୪ ତାରିଖ ଦିନ ରୁଷ୍ ଜଳ ସ୍ଥଳ ଆକାଶରୁ ଆକ୍ରମଣ କରିବା ପରେ ୟୁକ୍ରେନ୍ ଆକାଶରେ ‘ନୋ-ଫ୍ଲାଏ ଜୋନ୍’ ଗଠନ କରିବା ପାଇଁ ରାଷ୍ଟ୍ରପତି ଜେଲେନେସ୍କି ‘ନାଟୋ’ରେ ଆବେଦନ କରିଥିଲେ। ହେଲେ ପଶ୍ଚିମ ୟୁରୋପ୍ରେ ଯୁଦ୍ଧ ବାତାବରଣ ମଧ୍ୟରୁ ଦୂରେଇ ରହିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ ‘ନାଟୋ’ ୟୁକ୍ରେନ୍ର ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲା।
Follow Us