ସ୍ୱାମୀଙ୍କୁ ବିନା ହେଲ୍‌ମେଟରେ ଧରିଲେ ମହିଳା ଟ୍ରାଫିକ୍‌ ପୁଲିସ,ଚକୋଲେଟ ଏବଂ ଫୁଲ ଦେଇ କହିଲେ ଏଥର ଛାଡ଼ିଲି, ଆରଥରକୁ...

Advertisment
ସ୍ୱାମୀଙ୍କୁ ବିନା ହେଲ୍‌ମେଟରେ ଧରିଲେ ମହିଳା ଟ୍ରାଫିକ୍‌ ପୁଲିସ,ଚକୋଲେଟ ଏବଂ ଫୁଲ ଦେଇ କହିଲେ ଏଥର ଛାଡ଼ିଲି, ଆରଥରକୁ...

oneindia.com

ନୂଆଦିଲ୍ଲୀ : ଟ୍ରାଫିକ୍‌ ସିଗ୍‌ନାଲ ଭାଙ୍ଗିବା ପରେ ପୁଲିସ ଚାଲାଣ କାଟିଥାଏ,ତାହା ସମସ୍ତଙ୍କୁ ଜଣା । କିନ୍ତୁ ଟ୍ରାଫିକ ନିୟମ ଭାଙ୍ଗିବା ମଧ୍ୟ ଚାଲାଣ ନ କାଟି ଚକୋଲେଟ ଏବଂ ଫୁଲ ଦେବା କଥା କେବେ ଶୁଣି ଥିଲେ କି? ଆଜ୍ଞା ହଁ! ହରିୟାଣାର ଝଜ୍ଜରରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

publive-image oneindia.com

ସବୁଠାରୁ ଖାସ୍‌ କଥା ହେଲା,ପୁଲିସ ଫୁଲ ଏବଂ ଚକୋଲେଟ ବାଣ୍ଟୁଥିବା ବେଳେ ମହିଳା ଟ୍ରାଫିକ୍‌ ପୁଲିସଙ୍କ ସ୍ୱାମୀ ବିନା ହେଲ୍‌ମେଟ୍‌ରେ ସେଇ ବାଟ ଦେଇ ଯାଉଥିଲେ । ମହିଳା ପୁଲିସକର୍ମୀ ନିଜ ସ୍ୱାମୀଙ୍କୁ ଅଟକାଇବା ସହ ତାଙ୍କୁ ଫୁଲ ଏବଂ ଚକୋଲେଟ୍‌ ଦେଇଥିଲେ । ଏହା ସହ ଏଥର ଫୁଲ ଏବଂ ଚକୋଲେଟ୍‌ ଦେଉଛି । ଆର ଥରକୁ ଏଭଳି ଭୁଲ କଲେ ଚାଲାଣ କାଟିବି କହି ନିଜ ସ୍ୱାମୀଙ୍କୁ ଛାଡ଼ିଥିଲେ । ମହିଳା ପୁଲିସକର୍ମୀ ଜଣଙ୍କ ନିଜ ସ୍ୱାମୀଙ୍କୁ ଫୁଲ ଦେଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe