ପ୍ରଫେସରଙ୍କ କମାଲ୍‌: ଅଦରକାରୀ ପ୍ଲାଷ୍ଟିକ୍‌ରୁ ପେଟ୍ରୋଲ ପ୍ରସ୍ତୁତ କରି ବିକୁଛନ୍ତି ଲିଟର ପିଛା ୪୦ ଟଙ୍କା ଦରରେ

Advertisment
ପ୍ରଫେସରଙ୍କ କମାଲ୍‌: ଅଦରକାରୀ ପ୍ଲାଷ୍ଟିକ୍‌ରୁ ପେଟ୍ରୋଲ ପ୍ରସ୍ତୁତ କରି ବିକୁଛନ୍ତି ଲିଟର ପିଛା ୪୦ ଟଙ୍କା ଦରରେ

News18

ହାଇଦ୍ରାବାଦ: ହାଇଦ୍ରାବାଦର ୪୫ ବର୍ଷ ବୟସ୍କ ପ୍ରଫେସର ସତୀଶ କୁମାର ତାଙ୍କର ଏକ ନିଆରା ଉଦ୍ଭାବନକୁ ନେଇ ଏବେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ପୁନଃ ବ୍ୟବହାର ଯୋଗ୍ୟ ନଥିବା ଅଦରକାରୀ ପ୍ଲାଷ୍ଟିକ୍‌କୁ ବ୍ୟବହାର କରି ପ୍ରଫେସର ସତୀଶ କୁମାର ପ୍ରସ୍ତୁତ କରୁଛନ୍ତି ପେଟ୍ରୋଲ ଓ ସଂପୃକ୍ତ ପେଟ୍ରୋଲକୁ ଲିଟର ପିଛା ୪୦ ଟଙ୍କା ଦରରେ ବିକ୍ରୟ କରୁଛନ୍ତି। ଏହି କାର୍ଯ୍ୟ ପାଇଁ ସେ ଏକ କାରଖାନା ମଧ୍ୟ ନିର୍ମାଣ କରିଛନ୍ତି। ଏବଂ ଏହି କାରଖାନାରେ ପ୍ରତ୍ୟେକ ଦିନ ୨୦୦ କିଲୋ ପୁନଃ ବ୍ୟବହାର ଯୋଗ୍ୟ ନଥିବା ଅଦରକାରୀ ପ୍ଲାଷ୍ଟିକ୍‌କୁ ବ୍ୟବହାର କରି ପ୍ରଫେସର ସତୀଶ କୁମାର ପ୍ରସ୍ତୁତ କରୁଛନ୍ତି ୨୦୦ ଲିଟର ପେଟ୍ରୋଲ।

publive-image India Today

ପୁନଃ ବ୍ୟବହାର ଯୋଗ୍ୟ ନଥିବା ଅଦରକାରୀ ପ୍ଲାଷ୍ଟିକ୍‌କୁ ତିନି ସ୍ତରରେ ‘ରିସାଇକେଲ୍‌’ କରି ଏଥିରୁ ଡିଜେଲ, ବିମାନରେ ବ୍ୟବହାର ହେଉଥିବା ଉଚ୍ଚମାନର ଏଭିଏସନ୍‌ ପେଟ୍ରୋଲ ସହ ସାଧାରଣ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ପ୍ରଫେସର ସତୀଶ କୁମାର।

publive-image India Today

ବର୍ତ୍ତମାନ ସୁଦ୍ଧା ୫୦ଟନ୍‌ ଓଜନର ପୁନଃ ବ୍ୟବହାର ଯୋଗ୍ୟ ନଥିବା ଅଦରକାରୀ ପ୍ଲାଷ୍ଟିକ୍‌କୁ ବ୍ୟବହାର କରି ପ୍ରଫେସର ସତୀଶ କୁମାର ସେଥିରୁ ପେଟ୍ରୋଲ ପ୍ରସ୍ତୁତ କରୁି ସାରିଥିବା ଗଣମାଧ୍ୟମକୁ କହିଛନ୍ତି। ତେବେ, ସବୁଠାରୁ ବଡ଼ କଥା ହେଲା ଏହି କାର୍ଯ୍ୟ ପାଇଁ ପାଣିର ଆବଶ୍ୟକତା ନଥିବା ବେଳେ ପରିବେଶ ପ୍ରଦୂଷଣ ହେବାର ମଧ୍ୟ କୌଣସି ସମ୍ଭାବନା ବା ଭୟ ନଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe