ନୂଆଦିଲ୍ଲୀ: ଭାରତରେ ବିଗତ ୧୨୨ ବର୍ଷ ମଧ୍ୟରେ ଏଥରର ମାର୍ଚ ମାସ ସବୁଠୁ ଉତ୍ତପ୍ତ ଥିବା କଥା ଭାରତୀୟ ପାଣିପାଗ ବିଭାଗ କରିଥିବା ବିଶ୍ଳେଷଣରୁ ଜଣାପଡ଼ିଛି। ୧୯୦୧ ମସିହାରୁ ଲିପିବଦ୍ଧ ହୋଇଥିବା ପାଣିପାଗ ତଥ୍ୟାବଳୀକୁ ବିଶ୍ଳେଷଣ କରାଯିବା ପରେ ପାଣିପାଗ ବିଭାଗ ଏ କଥା କହିଛି।
ଦୀଘ ଦିନ ଧରି ଶୁଷ୍କ ବାତାବରଣ ଲାଗି ରହିବାରୁ ଉତ୍ତରପଶ୍ଚିମ ଭାରତରେ ଭୀଷଣ ଗରମ ପାଗ ଅନୁଭୂତ ହେଉଥିବା କଥା ଭାରତୀୟ ପାଣିପାଗ ବିଭାଗର ଅଧିକାରୀମାନେ କହିଛନ୍ତି।
Image Courtesy of Zee News୩ଟି ସ୍ଥାନରେ ତାପମାତ୍ରା ୪୧ ଡିଗ୍ରି ଟପି ଯିବାରୁ ଗତ ଗୁରୁବାର ଦିନ ଦିଲ୍ଲୀର କେତେକ ପ୍ରାନ୍ତରେ ଭୀଷଣ ଗ୍ରୀଷ୍ମ ଅନୁଭୂତ ହୋଇଥିଲା। ଶୁକ୍ରବାର ଦିନ ମଧ୍ୟ ଦିଲ୍ଲୀରେ ତାପମାତ୍ରା ୩୬.୫ ଡିଗ୍ରି ସେଲିସିୟସ୍ ଥିବା ରେକର୍ଡ କରାଯାଇଛି ଯାହା ସ୍ବାଭାବିକ ଠାରୁ ୩ ଡିଗ୍ରି ଅଧିକ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ସେହିଭଳି, ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ୩ ଡିଗ୍ରି ଅଧିକ ରହି ୨୧.୪ ହୋଇଥିଲା।
Image Courtesy of Navbharat Timesଏଥର ମାର୍ଚ ମାସରେ ଦୁଇ ପର୍ଯ୍ୟାୟରେ ଗ୍ରୀଷ୍ମ ପ୍ରବାହ ଆସିଥିଲା। ପ୍ରଥମ ପ୍ରବାହଟି ମାର୍ଚ ୧୧ରୁ ମାର୍ଚ ୨୧ ମଧ୍ୟରେ ଥିବା ବେଳେ ଦ୍ବିତୀୟଟି ମାର୍ଚ ୨୬ରେ ଆରମ୍ଭ ହୋଇ ଏଯାବତ୍ ଚାଲିଛି ବୋଲି ପୁଣେସ୍ଥିତ ଭାରତୀୟ ପାଣିପାଗ ବିଭାଗର ‘କ୍ଲାଇମେଟ୍ ମନିଟରିଙ୍ଗ୍ ଆଣ୍ଡ୍ ପ୍ରେଡିକ୍ସନ୍ ଗ୍ରୁପ୍’ର ମୁଖ୍ୟ ଓ.ପି. ଶ୍ରୀଜିତ୍ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ ମତରେ, ବୃଷ୍ଟିପାତର ଅଭାବ ମଧ୍ୟ ଗ୍ରୀଷ୍ମ ପ୍ରବାହର ଅନ୍ୟତମ କାରଣ।
ଅନ୍ୟ ବିଶେଷଜ୍ଞମାନେ ମଧ୍ୟ କହୁଛନ୍ତି, ଅନାବୃଷ୍ଟି, ଉତ୍ତରପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତକୁ ଲଗାଣ ଶୁଷ୍କ ଓ ଉତ୍ତପ୍ତ ପଶ୍ଚିମାବାୟୁ ପ୍ରବାହ ଗ୍ରୀଷ୍ମ ପ୍ରବାହ କରାଉଛି। ଆକାଶ ମେଘମୁକ୍ତ ରହୁଥିବାରୁ ପ୍ରଖର ସୂର୍ଯ୍ୟରଶ୍ମି ପଡ଼ିବା ଯୋଗୁଁ ମଧ୍ୟ ଉତ୍ତାପ ବୃଦ୍ଧି ପାଉଛି।
Follow Us