ଏହା ମୋର ଶେଷ ବାର୍ତ୍ତା ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କୁ କହିଲେ ଜେଲେନସ୍କି

Advertisment
ଏହା ମୋର ଶେଷ ବାର୍ତ୍ତା ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କୁ କହିଲେ ଜେଲେନସ୍କି

rtvonline.com

ୱାସିଂଟନ : ରୁଷ୍‌ର ପ୍ରଚଣ୍ଡ ଆକ୍ରମଣରୁ ୟୁକ୍ରେନ୍‌କୁ ରକ୍ଷା କରିବାରେ ଅସମର୍ଥ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି ଗତରାତିରେ ପୁଣି ଆମେରିକାକୁ ସାମରିକ ସହାୟତା ପାଇଁ ନିବେଦନ କରିଛନ୍ତି। ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଫୋନ୍‌ କରି ଦେଶର ସାଂପ୍ରତିକ ସ୍ଥିତି ସଂପର୍କରେ ଅବଗତ କରିବା ସହ ତୁରନ୍ତ ଯୁଦ୍ଧବିମାନ ଓ ଅନ୍ୟ ଯୁଦ୍ଧାସ୍ତ୍ର ସହାୟତା ଲୋଡ଼ିଛନ୍ତି। ୟୁକ୍ରେନ୍‌କୁ ମହାସଂକଟରୁ ରକ୍ଷା କରିବାକୁ ଆମେରିକା ଓ ୟୁରୋପ୍‌ ଆଗକୁ ନ ଆସିଲେ ପ୍ରଳୟଙ୍କରୀ କ୍ଷୟକ୍ଷତି ହେବ ବୋଲି ଜେଲେନସ୍କି କହିଛନ୍ତି।

ଏହି ଆଲୋଚନାରେ ବାଇଡେନ୍‌ ରୁଷ୍‌ ବିରୋଧରେ ଲଗାଯାଇଥିବା ଆର୍ଥିକ କଟକଣା ସଂପର୍କରେ ଜେଲେନସ୍କିଙ୍କୁ ସୂଚନା ଦେଇଥିଲେ। ତେବେ ରୁଷ୍‌ ଭଳି ବିଶାଳ ରାଷ୍ଟ୍ର ବିରୋଧରେ ଆର୍ଥିକ କଟକଣା କାମ କରୁ ନଥିବାରୁ ୟୁକ୍ରେନ୍‌ ସେନାକୁ ତୁରନ୍ତ ସହାୟତା ଯୋଗାଇବାକୁ ଜେଲେନସ୍କି ଗୁରୁତ୍ବାରୋପ କରିଥିଲେ। ଅସହାୟତା ପ୍ରକଟ କରି ଜେଲେନସ୍କି କହିଥିଲେ ଯଦି, ସାମରିକ ସହାୟତା ନ ମିଳେ ତା’ହେଲେ ହୋଇପାରେ ଏହା ଆପଣଙ୍କ ସହିତ ମୋର ଶେଷ କଥାବାର୍ତ୍ତା।

ତେବେ ଆଲୋଚନାରେ ଜେଲେନସ୍କିଙ୍କୁ ତୁରନ୍ତ ସାମରିକ ସହାୟତା ନେଇ ବାଇଡେନ୍‌ କୌଣସି ଆଶ୍ବାସନା ଦେଇ ନଥିବା ଜଣାପଡ଼ିଛି। ରାଜଧାନୀ କିବ୍‌କୁ ରକ୍ଷା କରିବା ପାଇଁ ଜେଲେନସ୍କି ପଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ତୁହାକୁ ତୁହା ନିବେଦନ କରୁଥିଲେ ମଧ୍ୟ ରୁଷ୍‌ ସହ ସିଧାସଳଖ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ କୌଣସି ରାଷ୍ଟ୍ର ଆଗଭର ହେଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe