ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବା ଆଶାରେ କ୍ରମାଗତ ଭାବେ ୧୨୬ ଘଣ୍ଟା ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାରେ ଏହି ନେପାଳୀ ଝିଅ

Advertisment
ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବା ଆଶାରେ କ୍ରମାଗତ ଭାବେ ୧୨୬ ଘଣ୍ଟା ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାରେ ଏହି ନେପାଳୀ ଝିଅ

www.indiatimes.com

କାଠମାଣ୍ଡୁ: ନେପାଳର ଜଣେ ଟିନ୍‌-ଏଜେଡ୍‌ ଝିଅ ନିଜ ସଉକ ପାଇଁ ଏବେ ଚର୍ଚ୍ଚା ପାଲଟିଛନ୍ତି। ଟିନ୍‌-ଏଜେଡ୍‌ ବନ୍ଦନା ନେପାଲ ଏକାଥରରେ ୧୨୬ ଘଣ୍ଟା ଧରି ନୃତ୍ୟ ପ୍ରଦର୍ଶନ କରି ଏବେ ଚାରିଆଡ଼େ ଚହଳ ପକାଇଛନ୍ତି। ବନ୍ଦନା ଗିନିଜ୍‌ ରେକର୍ଡ ବୁକ୍‌ରେ ସ୍ଥାନ ପାଇବା ଆଶାରେ ଏପରି କରିଥିବା ସୂଚନା ରହିଛି। ତାଙ୍କର ଏହି ଅଭିନବ ଉଦ୍ୟମ ଯୋଗୁ ନେପାଳ ପ୍ରଧାନମନ୍ତ୍ରୀ କେବି ଶର୍ମା ଓଲି ତାଙ୍କୁ ସମ୍ମାନିତ କରିଛନ୍ତି।

୧୮ ବର୍ଷୀୟା ବନ୍ଦନା ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଥିବା ସରକାରୀ ବାସଭବନରେ ଏହି ନୃତ୍ୟ ପ୍ରଦର୍ଶନ କରିଥିଲେ।

ଗଣମାଧ୍ୟମରେ ନିଜର ମତ ରଖି ବନ୍ଦନା କହନ୍ତି, ‘ତାଙ୍କର ଏହି ନୃତ୍ୟ ପ୍ରଦର୍ଶନ କରିବାର ଦକ୍ଷତା ଓ ସାମର୍ଥ୍ୟ ହେତୁ ତାଙ୍କୁ ଗିନିଜ୍‌ ଓ୍ଵାର୍ଲଡ୍‌ ରେକର୍ଡ ବୁକ୍‌ରେ ସ୍ଥାନ ଦିଆଯିବ ବୋଲି ଶୁକ୍ରବାର ଆନୁଷ୍ଠାନିକ ଭାବେ କୁହାଯାଇଛି।

ବନ୍ଦନା ଏହି ନୃତ୍ୟ ପ୍ରଦର୍ଶନ କରି କାଲାମାନଦଲମଙ୍କ ରେକର୍ଡ ଭଙ୍ଗ କରିଛନ୍ତି। କାଲାମାନଦଲମ ୨୦୧୧ ମସିହାରେ ୧୨୩ ଘଣ୍ଟା ପନ୍ଦର ମିନିଟ୍‌ ନୃତ୍ୟ କରି ରେକର୍ଡ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe