ବର୍ଷାରେ ଓଦା ହୋଇ ପରସ୍ପରକୁ ଚୁମ୍ବନ ଦେଉଥିଲେ ଦମ୍ପତି,ସେହି ସମୟର ଫଟୋ ଉଠାଇବାରୁ ଚାକିରି ହରାଇଲେ ଫଟୋଗ୍ରାଫର

Advertisment
ବର୍ଷାରେ ଓଦା ହୋଇ ପରସ୍ପରକୁ ଚୁମ୍ବନ ଦେଉଥିଲେ ଦମ୍ପତି,ସେହି ସମୟର ଫଟୋ ଉଠାଇବାରୁ ଚାକିରି ହରାଇଲେ ଫଟୋଗ୍ରାଫର

oneindia.com

ବର୍ଷାରେ ଓଦା ହୋଇ ପରସ୍ପରକୁ ଚୁମ୍ବନ ଦେଉଥିଲେ ଦମ୍ପତି,ସେହି ସମୟର ଫଟୋ ଉଠାଇବାରୁ ଚାକିରି ହରାଇଲେ ଫଟୋଗ୍ରାଫର

ନୂଆଦିଲ୍ଲୀ : ବାଂଲାଦେଶର ଜଣେ ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଫଟୋ ଭାଇରାଲ ହେବା ସହ ଫଟୋକୁ ନେଇ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି । ଫଟୋ ଉଠାଇଥିବା ଫଟୋଗ୍ରାଫରଙ୍କୁ ନେଇ ମଧ୍ୟ ଅନେକ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି । କିଛି ଲୋକ ଫଟୋଗ୍ରାଫର ଜିବୋଙ୍ଗ ଅହମଦ୍‌ଙ୍କ ସାଥ୍‌ ଦେଇଥିବା ବେଳେ କିଛି ଲୋକ ତାଙ୍କୁ ବିରୋଧ କରିଛନ୍ତି ।

ସୂଚନା ମୁତାବକ, ବାଂଲାଦେଶୀ ଫଟୋଗ୍ରାଫର ଜିବୋଙ୍ଗ ଅହ୍‌ମଦ୍‌ ସୋମବାର ଢ଼ାକା ବିଶ୍ୱ ବିଦ୍ୟାଳୟ ସାମ୍ନାରେ ଥିବା ଏକ ଚା’ଦୋକାନକୁ ଦେଖିବା ପରେ ସେଠାରେ ଜଣେ ଦମ୍ପତି ବର୍ଷାରେ ଓଦା ହୋଇ ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖିଥିଲେ । ଏହି ଦୃଶ୍ୟ ଦେଖି ସେ ତୁରନ୍ତ ଏହାକୁ ନିଜ କ୍ୟାମେରାରେ କଏଦ କରି ନେଇଥିଲେ । ଖାଲି ସେତିକ ନୁହେଁ, ସେ ଏହି ଫଟୋକୁ ନିଜ ଟ୍ଵିଟର ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ । ଏହି ଫଟୋ ପୋଷ୍ଟ ହେବା ପରେ ଧିରେ ଧିରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । କିଛି ଲୋକ ଏହା ସଭ୍ୟତା ଏବଂ ସଂସ୍କୃତିର ବିରୋଧ ବୋଲି କହୁଥିବା ବେଳେ କିଛି ଲୋକ ଏହାକୁ ସମର୍ଥନ କରିଥିଲେ । କିନ୍ତୁ ଏହି ଫଟୋକୁ ନେଇ ବିବାଦ ଆରମ୍ଭ ହେଉଥିବାରୁ ମିଡ଼ିଆ େଓବ୍‌ସାଇଟ୍‌ ଜିବୋଙ୍ଗଙ୍କୁ ଚାକିରିରୁ ବାହାର କରି ଦେଇଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଏଭଳି କିଛି ଘଟଣା ପାଇଁ ବାଂଲାଦେଶୀ ଫଟୋଗ୍ରାଫର ଅଭିଜିତ୍‌ ରାୟଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe