ପୃଥିବୀର ସମସ୍ତଙ୍କୁ କୋଟିପତି କରିଦେଇ ପାରେ ଏଇ ଦୁର୍ଲଭ ଗ୍ରହାଣୁ: ରିପୋର୍ଟ

ପୃଥିବୀର ସମସ୍ତଙ୍କୁ କୋଟିପତି କରିଦେଇ ପାରେ ଏଇ ଦୁର୍ଲଭ ଗ୍ରହାଣୁ: ରିପୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ମଙ୍ଗଳ ଓ ବୃହଷ୍ପତି ଗ୍ରହ ମଧ୍ୟରେ ଥିବା ‘୧୬ ସାଇକ୍‌’ ନାମରେ ଗୋଟାଏ ପ୍ରକାଣ୍ଡ ଧାତବ ଗ୍ରହାଣୁ ବିଶ୍ବର ପ୍ରତ୍ୟେକ ଲୋକଙ୍କୁ କୋଟିପତି କରିଦେଇ ପାରେ ବୋଲି ‘ଫୋର୍ବସ୍’ ପତ୍ରିକାରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

ସୂଚନା ଅନୁସାରେ, ଦାମୀ ଧାତୁରେ ସମୃଦ୍ଧ ଏହି ଗ୍ରହାଣୁଟିକୁ ଯଦି ଭାଗ ଭାଗ କରି ପୃଥିବୀର ସମସ୍ତ ଲୋକଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯାଏ, ତେବେ ସଭିଏଁ ଜଣେ ଜଣେ ‘ବିଲିୟନେୟାର୍‌’ ହୋଇଯିବେ।

publive-image Image Grabbed From Video

‘ଫୋର୍ବସ୍‌’ ରିପୋର୍ଟ ଅନୁସାରେ, ୨୨୬ କିଲୋମିଟର୍‌ ଓସାରବିଶିଷ୍ଟ ଗ୍ରହାଣୁ ‘୧୬ ସାଇକ୍‌’ରେ ୧୦,୦୦୦ ଡଲାର୍‌ କ୍ବାଡ୍ରିଲିୟନ୍‌ ଡଲାର୍‌ ମୂଲ୍ୟର ଲୌହପିଣ୍ଡ, ନିକେଲ୍‌ ଏବଂ ସ୍ବର୍ଣ୍ଣ ରହିଛି।

ପୃଥିବୀର ଉପାଦନ ଓ ତା’ର ଉପାଦାନଗୁଡ଼ିକରେ ବିଶେଷ ସାମଞ୍ଜସ୍ୟ ଅଛି କି, ନାହିଁ ଜାଣିବା ଲାଗି ବୈଜ୍ଞାନିକମାନ‌େ ସେ ଗ୍ରହାଣୁ ଉପରେ ଗବେଷଣା ଚଳାଇଛନ୍ତି। ଧାତୁ-ସମୃଦ୍ଧ ଏହି ଗ୍ରହାଣୁ ଉପରେ ଗବେଷଣା ନିମନ୍ତେ ଚଳିତ ବର୍ଷ ‘ନାସା’ ‘ସାଇକ୍‌ ମିସନ୍‌’ ଅଭିଯାନ ଯୋଜନା କରିଛି।

୧୮୫୨ ମସିହା ମାର୍ଚ ୧୭ ତାରିଖ ଦିନ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଆନ୍ନିବେଲ୍‌ ଡି ଗାସ୍‌ପାରିସ୍‌ ‘ସାଇକ୍‌’କୁ ଆବିଷ୍କାର କରିଥିଲେ। ଗ୍ରୀକ୍‌ ପୁରାଣରେ ଆତ୍ମାର ଦେବୀ ‘ସାଇକ୍‌’ଙ୍କ ନାମାନୁସାରେ ସେ ଏହି ଗ୍ରହାଣୁର ନାମକରଣ କରିଥିଲେ। ଦେବୀ ସାଇକ୍‌ ଆଜନ୍ମ ଅମର ଏବଂ ପ୍ରେମର ଦେବତା ଏରୋସ୍‌ଙ୍କୁ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe