ସାଧାରଣ ନିର୍ବାଚନ ପରେ ଜନଗଣନା! ଏଥର ଡିଜିଟାଲ ଜଣଗଣନା, ଲୋକଙ୍କୁ ପଚରାଯାଇପାରେ ଏମିତି କିଛି ପ୍ରଶ୍ନ

ସାଧାରଣ ନିର୍ବାଚନ ପରେ ଜନଗଣନା! ଏଥର ଡିଜିଟାଲ ଜଣଗଣନା, ଲୋକଙ୍କୁ ପଚରାଯାଇପାରେ ଏମିତି କିଛି ପ୍ରଶ୍ନ

Photo: Dainik Bhaskar

ନୂଆଦିଲ୍ଲୀ: ୨୦୨୧ର ଜନଗଣନା ଏଥର ସାଧାରଣ ନିର୍ବାଚନ-୨୦୨୪ ପରେ ‌କରାଯିବ। ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ସରକାର ଏପର୍ଯ୍ୟନ୍ତ ଜନଗଣନା ପାଇଁ ନୂଆ କାର୍ଯ୍ୟସୂଚୀ ଘୋଷଣା କରିନାହାନ୍ତି। ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଏପ୍ରିଲ-ମେ’ ମାସରେ ହେବ। ଏହା ପୂର୍ବରୁ କର୍ମଚାରୀଙ୍କୁ ଭୋଟର ତାଲିକା ଅପଡେଟ୍‌ କରିବାକୁ ପଡ଼ିବ। ତେଣୁ ଜନଗଣନା କାମ ଆରମ୍ଭ କରାଯିବା ସମ୍ଭବ ନୁହେଁ।

ତେବେ ଯେତେବେ‌ଳେ ଏହି ଜନଗଣନା ହେବ, ଏହା ଡିଜିଟାଲ ମାଧ୍ୟମରେ କରାଯିବ। ଏହା ପୁଣି ଦେଶର ପ୍ରଥମ ଡିଜିଟାଲ ଜନଗଣନା ହେବ। ଏଥିରେ ଲୋକଙ୍କୁ ୩୧ଟି ପ୍ରଶ୍ନ ପଚରାଯିବ। ଜନଗଣନାର କାମ କରୋନା ମହାମାରୀ କାରଣରୁ ପୂର୍ବରୁ ଅନିଶ୍ଚିତକାଳ ପାଇଁ ସ୍ଥଗିତ କରି ଦିଆଯାଇଥିଲା। ଜନଗଣନାର ଘର ତାଲିକା ‌ଏବଂ ଜାତୀୟ ଜନସଂଖ୍ୟା ପଂଜୀକରଣ (ଏନ୍‌ପିଆର) ଅପଡେଟ୍‌ କରିବା କାମ ୨୦୨୦ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କରାଯିବାର ଥିଲା, ଯାହାକି ଲକ୍‌ଡାଉନ୍‌ କାରଣରୁ ହୋଇପାରି ନଥିଲା।

ଜାତୀୟ ଗଣମାଧ୍ୟମକୁ ଜଣେ ଅଧିକାରୀ କହିଛନ୍ତି ଯେ, ୨୦୨୩ ଜାନୁଆରିରେ ଭାରତର ଜନଗଣନା ଆୟୁକ୍ତ ପ୍ରଶାସନିକ ସୀମାକୁ ନିର୍ଦ୍ଧାରିତ କରିବା ଲାଗି ତଥା ନୂଆ ଜିଲ୍ଲା ଓ ଉପଖଣ୍ଡ ସୀମା ନିର୍ଦ୍ଧାରଣ ପାଇଁ ଜୁନ ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ନିୟମ ଅନୁସାରେ ଜନଗଣନା ଜିଲ୍ଲା, ତହସିଲ, ବ୍ଲକ ଏବଂ ପୁଲିସ ଷ୍ଟେସନର ସୀମାକୁ ଆଧାର କରି ସେପ୍ଟେମ୍ବର ୩୦ ପରେ ହୋଇ ପାରିବ। ଦେଶର ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ୨ରୁ ୩ ମାସ ସମୟ ଲାଗିବ, ଯେଉଁମାନେ କି ଘରକୁ ଘର ଯାଇ ସର୍ଭେ କରିବେ।

ଲୋକଙ୍କୁ କ’ଣ ପଚରାଯାଇପାରେ?

-ଘରେ କେଉଁ ଖାଦ୍ୟ ଖାଆନ୍ତି?
-ରୋଷେଇ ପାଇଁ ଏଲପିଜି ଗ୍ୟାସ୍‌ ଅଥବା ପିଏନ୍‌ଜି ସଂଯୋଗ ଅଛି କି ନାହିଁ?
-ପାନୀୟ ଜଳ ଏବଂ ଆଲୋକର ମୁଖ୍ୟ ସ୍ରୋତ କ’ଣ?
-ରୋଷେଇ ପାଇଁ ମୁଖ୍ୟତଃ କେଉଁ ଇନ୍ଧନ ବ୍ୟବହାର କରୁଛନ୍ତି?
-ଗାଧୋଇବା ପାଇଁ କେଉଁଠାରୁ ପାଣି ବ୍ୟବହାର କରୁଛନ୍ତି?
-ଘରେ ମୋବାଇଲ, ଟିଭି, କମ୍ପ୍ୟୁଟର, ଇଣ୍ଟରନେଟ ଆଦି ବ୍ୟବହାର ହେଉଛି କି ନାହିଁ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe