ଏଥର ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାକୁ ଗୁରୁତ୍ବ

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହର ୱିଲ୍‌ମିଙ୍ଗଟନରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀ ଉପରେ ପୂରା ବିଶ୍ବର ନଜର ରହିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପକୁ ଏହି ସମ୍ମିଳନୀ ଚୂଡ଼ାନ୍ତ ରୂପ ଦେବ ବୋଲି ଆଶା କରାଯାଉଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହର ୱିଲ୍‌ମିଙ୍ଗଟନରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀ ଉପରେ ପୂରା ବିଶ୍ବର ନଜର ରହିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପକୁ ଏହି ସମ୍ମିଳନୀ ଚୂଡ଼ାନ୍ତ ରୂପ ଦେବ ବୋଲି ଆଶା କରାଯାଉଛି।

jhgffgfgj212132

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହର ୱିଲ୍‌ମିଙ୍ଗଟନରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀ ଉପରେ ପୂରା ବିଶ୍ବର ନଜର ରହିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପକୁ ଏହି ସମ୍ମିଳନୀ ଚୂଡ଼ାନ୍ତ ରୂପ ଦେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରମୁଖ ବୈଶ୍ବିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମେରିକାରେ ପହଞ୍ଚିଛନ୍ତି। କ୍ୱାଡ୍ ହେଉଛି ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ମଧ୍ୟରେ ଏକ କୂଟନୈତିକ ଭାଗିଦାରୀ ଯାହା ଏକ ମୁକ୍ତ, ସ୍ଥିର ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏଥର ସମ୍ମିଳନୀରେ ୟୁକ୍ରେନ୍-ଗାଜା ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କିଛି ବଡ଼ ନିଷ୍ପତ୍ତି ଗ୍ରହଣ କରାଯିବ।  ଏହା ସହିତ ବୈଠକରେ ସ୍ୱାସ୍ଥ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ନୂତନ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି, ଯୋଗାଯୋଗ ଏବଂ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସହଯୋଗ ଉପରେ କ୍ୱାଡ୍ ନେତାମାନେ ଆଲୋଚନା କରିବେ।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ଉପରେ ଗୁରୁତ୍ୱ ଦେଉଥିବା ସମଭାବାପନ୍ନ ଦେଶମାନଙ୍କର ଏକ ପ୍ରମୁଖ ମଞ୍ଚ ଭାବେ କ୍ୱାଡ୍ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଶନିବାର  ଆମେରିକା ଗସ୍ତ ପୂର୍ବରୁ କହିଛନ୍ତି। ମେ ୨୦, ୨୦୨୩ରେ ଅଷ୍ଟ୍ରେଲିଆରେ  ଶେଷ କ୍ୱାଡ୍ ବୈଠକ ପରେ ଏହା ଏକ ଭିଜନ ବିବୃତି ଜାରି କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ସଦସ୍ୟ ରାଷ୍ଟ୍ରମାନେ ଏପରି ଏକ କ୍ଷେତ୍ର ଚାହୁଁଛନ୍ତି ଯାହା ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ହେବା ସହ   ସୁରକ୍ଷିତ ବାତାବରଣ ଏବଂ ସାର୍ବଭୌମତ୍ୱକୁ ସମ୍ମାନ ଦେବ। ବିବାଦଗୁଡିକୁ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସମାଧାନ କରାଯିବା ଉପରେ କ୍ବାଡ୍‌ ସର୍ବାଧିକ ଗୁରୁତ୍ବାରୋପ କରିଛି। ଏହା ପୂର୍ବରୁ ୨୪ ମଇ ୨୦୨୨ରେ ଜାପାନର  ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଚତୁର୍ଥ କ୍ୱାଡ୍  ଶିଖର ସମ୍ମିଳନୀର ଆୟୋଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe