ଚଳିତ ସପ୍ତାହରେ ‘ସ୍ପୁଟନିକ୍‌-ଭି’ର ଗଣପରୀକ୍ଷା

Advertisment
ଅକ୍ସଫୋର୍ଡ ଟିକା ନେବା ପରେ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଅଭିଯୋଗ : ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିବ ସିରମ୍‌

India TV News

ମସ୍କୋ: ରୁଷିଆର ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଦ୍ବାରା ବିକଶିତ 'ସ୍ପୁଟ୍‌ନିକ୍‌-ଭି' ନାମକ କୋଭିଡ୍‌ ଟିକାର ଲୋକାର୍ପଣ ସହ ବ୍ୟାବସାୟିକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ଏହାର ସର୍ବାଙ୍ଗୀନ ନିରାପତ୍ତା ତଥା ଫଳପ୍ରଦତାକୁ ନିଶ୍ଚିତ କରିବା ପାଇଁ ଚଳିତ ସପ୍ତାହରେ ଏହାର ବିକ୍ଷିପ୍ତ ଗଣପରୀକ୍ଷଣ ଆରମ୍ଭ ହେବ ବୋଲି ଜଣାଯାଇଛି। ଏହାର ସାର୍ବଜନୀନ ବ୍ୟବହାର ପାଇଁ ଆବଶ୍ୟକ ଅନୁମତି ହାସଲ ଉଦ୍ଦେଶ୍ୟରେ ଦେଶର ୪୫ଟି ଚିକିତ୍ସା କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ଗଣପରୀକ୍ଷାରେ ୪୦ ହଜାରରୁ ଅଧିକ ସ୍ବେଚ୍ଛାସେବୀ ସାମିଲ ହେବେ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ମହାମାରୀ କୋଭିଡ୍‌ ବିରୋଧରେ ଉକ୍ତ ରୁଷୀୟ ଟିକାର ଫଳପ୍ରଦତା ସମ୍ପର୍କରେ ସଠିକ୍‌ ସୂଚନା ନଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) କହିସାରିଛି। ବିଶେଷଜ୍ଞମାନଙ୍କ ଦ୍ବାରା ଫଳାଫଳକୁ ବିଶଦ ଭାବେ ତର୍ଜମା କରାଯିବା ଲାଗି 'ସ୍ପୁଟ୍‌ନିକ୍‌-ଭି' ନୈଦାନିକ ପରୀକ୍ଷଣ ବେଳର ଯାବତୀୟ ତଥ୍ୟ ପ୍ରକାଶ କରିବା ପାଇଁ ହୁ' ପୂର୍ବରୁ ରୁଷିଆକୁ ପରାମର୍ଶ କରିଥିଲା। ମାତ୍ର ପୁଟିନ୍‌ ପ୍ରଶାସନ ସେ ଦିଗରେ ନିରବ ରହିବା ଘଟଣା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ସନ୍ଦେହ ସୃଷ୍ଟି କରିଛି। କେବଳ ଦୁଇଟି ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପରେ ଏହା ଯେତେ ନିରାପଦ କି ଫଳପ୍ରଦ ବୋଲି ସଂପୃକ୍ତ ଟିକା ନିର୍ମାତା ଦାବି କଲେ ବି ପାଶ୍ଚାତ୍ୟ ବିଶେଷଜ୍ଞମାନେ ଏଥିପ୍ରତି ସତର୍କ ରହିଛନ୍ତି। ତେଣୁ ବିଶ୍ବ ସ୍ତରରେ ଉକ୍ତ ଟିକାର ଲୋକପ୍ରିୟତା ସୃଷ୍ଟି କରିବା ପାଇଁ ଏପରି ଗଣପରୀକ୍ଷାର ଆୟୋଜନ କରାଯାଇଛି ବୋଲି ଜଣାଯାଇଛି। ଏହି ପରୀକ୍ଷଣଲବ୍ଧ ତଥ୍ୟକୁ ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ହସ୍ତଗତ କରାଯିବ ବୋଲି ରୁଷିଆ ପ୍ରତ୍ୟକ୍ଷ ନିବେଶ ପାଣ୍ଠି(ଆର୍‌ଡିଆଇଏଫ୍‌)ର ମୁଖ୍ୟ କିରିଲ ଦିମିତ୍ରିଭ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe