ସାଇରସ୍‌ଙ୍କ କାର୍‌ ଦୁର୍ଘଟଣା ରାସ୍ତାରେ ଏବର୍ଷ ୨୬୨ ଦୁର୍ଘଟଣା, ୬୨ ମୃତ

Advertisment
ସାଇରସ୍‌ଙ୍କ କାର୍‌ ଦୁର୍ଘଟଣା ରାସ୍ତାରେ ଏବର୍ଷ ୨୬୨ ଦୁର୍ଘଟଣା, ୬୨ ମୃତ

India Today

ମୁମ୍ବାଇ : ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ କାର୍‌ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଖବର ଚଳିତ ମାସ ଆରମ୍ଭରେ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ସାଇରସ୍‌ ମିସ୍ତ୍ରୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମୁମ୍ବ‌ାଇ-ଅହମ୍ମଦାବାଦ ରାଜପଥର ୧୦୦ କିମି ମଧ୍ୟରେ ଚଳିତବର୍ଷ ୨୬୨ଟି ଦୁର୍ଘଟଣା ହୋଇଛି। ଏଥିରେ ଅତିକମ୍‌ରେ ୬୨ ଜଣଙ୍କର ଜୀବନ ଯାଇଛି ଏବଂ ୧୯୨ ଜଣ ଆହତ ହୋଇଛନ୍ତି।

ତଥ୍ୟ ଦର୍ଶାଉଛି, ଥାନେର ଘୋଦବୁନ୍ଦର ଏବଂ ପାଲଘର ଜିଲ୍ଲାର ଦାପଚରୀ ମଧ୍ୟରେ ମୁମ୍ବାଇ-ଅହମ୍ମଦାବାଦ ରାଜପଥର ୧୦୦ କିଲୋମିଟର ମଧ୍ୟରେ ଏହି ଦୁର୍ଘଟଣା ହୋଇଛି। ଅଧିକାଂଶ ଦୁର୍ଘଟଣାର କାରଣ ଗାଡ଼ିଗୁଡ଼ିକର ଦ୍ରୁତ ଗତି ଏବଂ ଡ୍ରାଇଭରଙ୍କ ବିଚାରରେ ତ୍ରୁଟି ବୋଲି କୁହାଯାଉଛି। ଏତଦ୍‌ବ୍ୟତୀତ ରାସ୍ତାର ରକ୍ଷଣାବେକ୍ଷଣ ଠିକ୍‌ ଭାବେ ନହେବା, ସଠିକ୍ ସଙ୍କେତର ଅଭାବ ଏବଂ ଗତି ନିୟନ୍ତ୍ରଣ କରିବା ପଦକ୍ଷେପଗୁଡିକର ଅନୁପସ୍ଥିତି ମଧ୍ୟ ବହୁ ସଂଖ୍ୟକ ଦୁର୍ଘଟଣା ପାଇଁ ଦାୟୀ।

ଗତ ୪ ତାରିଖରେ ସାଇରସ୍ ମିସ୍ତ୍ରୀଙ୍କ ମର୍ସିଡିଜ୍ କାର୍ ଯେଉଁଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ନିର୍ଦ୍ଦିଷ୍ଟ ସେହି ସ୍ଥାନରେ ଚଳିତ ବର୍ଷ ଆରମ୍ଭରୁ ୨୫ଟି ଗୁରୁତର ଦୁର୍ଘଟଣାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମହାରାଷ୍ଟ୍ର ରାଜପଥ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe