ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକୁ ‘ଇଲେକ୍ଟ୍ରରାଲ ବଣ୍ଡ’ ଜରିଆରେ ମିଳିଲା ୧୭୧୬.୦୫ କୋଟିର ଚାନ୍ଦା; ଭୁବନେଶ୍ୱର ଏସ୍‌ବିଆଇ ବିକିଛି ୧୯୪ କୋଟିର ବଣ୍ଡ

Advertisment

ଜାନୁଆରି ଓ ମାର୍ଚ୍ଚ ମାସରେ ମିଳିଛି ଏହି ଚାନ୍ଦା

ଜାନୁଆରି ଓ ମାର୍ଚ୍ଚ ମାସରେ ମିଳିଛି ଏହି ଚାନ୍ଦା

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକୁ ‘ଇଲେକ୍ଟ୍ରରାଲ ବଣ୍ଡ’ ଜରିଆରେ ମିଳିଲା ୧୭୧୬.୦୫ କୋଟିର ଚାନ୍ଦା; ଭୁବନେଶ୍ୱର ଏସ୍‌ବିଆଇ ବିକିଛି ୧୯୪ କୋଟିର ବଣ୍ଡ

Election Watch

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦେଶର ରଜନୈତିକ ଦଳଗୁଡ଼ିକୁ ମିଳୁଥିବା ଆର୍ଥିକ ଚାନ୍ଦାରେ ଆକାଶ ଛୁଆଁ ବୃଦ୍ଧି ଘଟିଛି। ଏହିକ୍ରମରେ ୨୦୧୯ ଜାନୁଆରି ଓ ମାର୍ଚ୍ଚ ୨ ମାସରେ ଦେଶର ରାଜନୈତିକ ଦଳଗୁଡ଼ିକୁ ‘ଇଲେକ୍ଟ୍ରରାଲ ବଣ୍ଡ’ ଜରିଆରେ ୧୭୦୦ କୋଟି ଟଙ୍କାର ଆର୍ଥିକ ଚାନ୍ଦା ମିଳିଥିବା ଜାଣିବାକୁ ମିଳିଛି। ଗତ ବର୍ଷ ଅର୍ଥାତ୍‌ ୨୦୧୮ରେ ଦେଶର ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦା ତୁଳନାରେ ଏହା ୬୨ ପ୍ରତିଶତ ଅଧିକ।

publive-image

ମହାରାଷ୍ଟ୍ର ପୁଣେର ଜଣେ ସୂଚନା ଅଧିକାର (ଆରଟିଆଇ) କର୍ମୀ ବିହାର ଦୁର୍ଭିି ସୂଚନା ଅଧିକାର ଆଇନ୍‌ ବଳରେ ମାଗିଥିବା ଏକ ସୂଚନାରୁ ଏହି ତଥ୍ୟ ସାମନାକୁ ଆସିଛି। ଗତ ୨୦୧୮ ମାର୍ଚ୍ଚ, ଅପ୍ରେଲ, ମେ, ଜୁଲାଇ, ଅକ୍ଟୋବର ଓ ନଭେମ୍ବର ମାସରେ ଦେଶର ରାଜନୈତିକ ଦଳଗୁଡ଼ିକୁ ‘ଇଲେକ୍ଟ୍ରରାଲ ବଣ୍ଡ’ ଜରିଆରେ ୧୦୫୬.୭୩ କୋଟି ଟଙ୍କା ଚାନ୍ଦା ପାଇଥିଲେ। ତେବେ, ଚଳିତ ୨୦୧୯ ଜାନୁଆରି ଓ ମାର୍ଚ୍ଚ ଏହି ୨ମାସରେ ‘ଇଲେକ୍ଟ୍ରରାଲ ବଣ୍ଡ’ ବିକ୍ରୟ କରୁଥିବା ଭାରତୀୟ ଷ୍ଟେଟବ୍ୟାଙ୍କ (ଏସ୍‌ବିଆଇ) ୧୭୧୬.୦୫ କୋଟିର ବଣ୍ଡ ବିକ୍ରୟ କରିଛି, ଯାହାକି ଗତବର୍ଷ ତୁଳନାରେ ୬୨ ପ୍ରତିଶତ ଅଧିକ।

publive-image

‘ଇଲେକ୍ଟ୍ରରାଲ ବଣ୍ଡ’ ବିକ୍ରୟ କରୁଥିବା ଭାରତୀୟ ଷ୍ଟେଟବ୍ୟାଙ୍କ (ଏସ୍‌ବିଆଇ) ଚଳିତ ୨୦୧୯ରେ ସର୍ବାଧିକ ୪୯୫.୬୦ କୋଟିର ବଣ୍ଡ ମୁମ୍ବାଇରେ ବିକ୍ରୟ କରିଥିବା ବେଳେ କୋଲକାତାରେ ୩୭୦.୦୭ କୋଟି, ହାଇଦ୍ରାବାଦରେ ୨୯୦.୫୦ କୋଟି, ଦିଲ୍ଲୀରେ ୨୦୫.୯୨ କୋଟି ଓ ଭୁବନେଶ୍ୱରରେ ଏସ୍‌ବିଆଇ  ୧୯୪ କୋଟି ଟଙ୍କା ମୂଲ୍ୟର ‘ଇଲେକ୍ଟ୍ରରାଲ ବଣ୍ଡ’ ବିକ୍ରୟ କରିଛି।
publive-image

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମୋଦି ସରକାର ଗତ ୨୦୧୮ ଜାନୁଆରି ୨ ତାରିଖରେ ଏହି ‘ଇଲେକ୍ଟ୍ରୋରାଲ ବଣ୍ଡ ସ୍କିମ୍‌’ ଯୋଜନାକୁ ଦେଶରେ କାର୍ଯ୍ୟକାରୀ କରିଥିଲେ। ଏହି ଯୋଜନା ଅନୁସାରେ ଯେ କେହି ଭାରତୀୟ ନାଗରିକ ବା କର୍ପୋରେଟ୍‌ ହାଉସ୍‌ ବା ଭାରତରେ ରହି ବ୍ୟବସାୟ କରୁଥିବା ଯେ କେହି ବିଦେଶୀ ସଂସ୍ଥା ଏହି ବଣ୍ଡ କିଣି ପାରିବେ। ବଣ୍ଡ କିଣୁଥିବା ବ୍ୟକ୍ତି ବା ସଂସ୍ଥାର ପରିଚୟ କେବଳ ବ୍ୟାଙ୍କ୍‌ ନିକଟରେ ସଂପୂର୍ଣ୍ଣ ଗୋପନୀୟ ହୋଇ ରହିବ। କେବଳ ମାତ୍ର ଭାରତୀୟ ଷ୍ଟେଟବ୍ୟାଙ୍କ୍‌ରେ ଏହି ବଣ୍ଡ ଏକ ନିର୍ଧାରିତ ସମୟ ମଧ୍ୟରେ ଉପଲବ୍ଧ ହେବ। ୧ ହଜାର ଠାରୁ ଆରମ୍ଭ କରି ୧୦ ହଜାର, ୧ ଲକ୍ଷ, ୧୦ଲକ୍ଷ ଏପରିକି ୧ କୋଟି ଟଙ୍କା ମୂଲ୍ୟର ବଣ୍ଡ ଉପଲବ୍ଧ ହେବ। ଜଣେ ବ୍ୟକ୍ତି ଚାହିଁଲେ ଯେତେ ଇଚ୍ଛା ସେତେ ମୂଲ୍ୟର ବଣ୍ଡ କିଣି ପାରିବ।

ତେବେ, ଏହି ବଣ୍ଡରେ କିଣୁଥିବା ବ୍ୟକ୍ତି ଚାନ୍ଦା ଦେଉଥିବା ବ୍ୟକ୍ତି ବା ସଂସ୍ଥାର ନାମ ବା ଅନ୍ୟ କିଛି ବି ତଥ୍ୟ ଉଲ୍ଲେଖ ରହିବ ନାହିଁ। ଏହି ବଣ୍ଡଗୁଡ଼ିକ ୧୫ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ। ଏହି ସମୟ ମଧ୍ୟରେ ଯେଉଁ ରାଜନୈତିକ ଦଳଗୁଡ଼ିକୁ ଏହି ବଣ୍ଡ ମିଳିଥିବ କେବଳ ସେମାନେ ସେମାନଙ୍କ ବ୍ୟାଙ୍କ୍‌ର ଜମାଖାତାରେ ବଣ୍ଡଗୁଡ଼ିକୁ ଜମା କଲାପରେ ବଣ୍ଡର ମୂଲ୍ୟ ଅନୁଯାୟୀ ଅର୍ଥରାଶି ସେମାନଙ୍କ ଜମାଖାତାରେ ଜମା ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe