୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କମାନେ ଟିକା ନେବା ପାଇଁ ଶନିବାର ଠାରୁ ପଞ୍ଜିକରଣ କରି ପାରିବେ

Advertisment
ଟିକା ନେବାକୁ କେନ୍ଦ୍ର କରି ଆଉଟଡୋରରେ ଧସ୍ତାଧସ୍ତି

Image Courtesy of NDTV

ମେ ପହିଲାରୁ ଟିକା ନେବା ପାଇଁ ଯୋଗ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସମସ୍ତ ହିତାଧିକାରୀ ଶନିବାରଠାରୁ ‘କୋଓ୍ଵିନ୍‌ ପ୍ଲାଟ୍‌ଫର୍ମ’ରେ ନାମ ପଞ୍ଜିକରଣ କରିପାରିବେ ବୋଲି ଗୁରୁବାର ଦିନ ‘ନ୍ୟାସ୍‌ନାଲ୍‌ ହେଲ୍‌ଥ୍‌ ଅଥରିଟି’ର (ଏନ୍‌ଏଚ୍‌ଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍‌. ଏସ୍‌. ଶର୍ମା କହିଛନ୍ତି।

ସଦ୍ୟତମ ପର୍ଯ୍ୟାୟର ଏହି ଟିକାକରଣ ନିମନ୍ତେ ପଞ୍ଜିକରଣ ବ୍ୟବସ୍ଥା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ‘କୋଓ୍ଵିନ୍‌’ ପ୍ଲାଟ୍‌ଫର୍ମରେ ଖୋଲାଯିବ। ଟିକାକରଣ ପ୍ରକ୍ରିୟା ଓ ଏଥିପାଇଁ ଆବଶ୍ୟକ କାଗଜପତ୍ର ପୂର୍ବ ଭଳି ଅପରିବର୍ତ୍ତିତ ରହିଛି।

କୋଭିଡ୍‌ ସଂକ୍ରମଣ କ୍ଷେତ୍ରରେ ସମ୍ପ୍ରତି ବିଶ୍ୱର ସବୁଠୁ ଅଧିକ ଦ୍ରୁତତର ଦେଶ ଭାବେ ପରିଗଣିତ ହେଉଥିବା ଭାରତର ଦୈନିକ ସଂକ୍ରମଣ ସଂଖ୍ୟା ଆଜି ଯୁକ୍ତରାଷ୍ଟ୍ର ଆମେରିକାକୁ ଟପିଯାଇଛି।

ସେହି କାରଣରୁ ପ୍ରଥମ କରି ସମସ୍ତ ପ୍ରାପ୍ତ ବୟସ୍କଙ୍କ ଲାଗି ସରକାର ଟିକାକରଣ ବ୍ୟବସ୍ଥା ଉନ୍ମୁକ୍ତ କରିଛନ୍ତି।

publive-image Image Courtesy of ABP News

ନୂତନ ଟିକା ନିମୟ ଅନୁସାରେ, ଟିକାକରଣ ନିମନ୍ତେ ରାଜ୍ୟ ଓ ଘରୋଇ ସଂସ୍ଥାମାନେ ମଧ୍ୟ ପ୍ରତ୍ୟକ୍ଷ ଭାବେ ଟିକା ଖରିଦ କରିପାରିବେ।
ଏଯାବତ୍‌ ଟିକା ନେବା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ପ୍ରତ୍ୟକ୍ଷ ସେବା ଦେଉଥିବା କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ କେନ୍ଦ୍ର ସରକାର ପୂର୍ବଭଳି ଟିକା ଦେଇ ଚାଲିବେ।

ସରକାରଙ୍କ କହିବା ଅନୁସାରେ, ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର ‘କୋଭିସିଲ୍‌ଡ୍‌’ ଏବଂ ‘ଭାରତ ବାୟୋଟେକ୍‌’ର ‘କୋଭାକ୍ସିନ୍‌’, ଏବଂ ରୁଷ୍‌ର ‘ସ୍ପୁଟ୍‌ନିକ୍‌-୫’ ଟିକା ଏହି ସବୁ ଟିକାକରଣରେ ବ୍ୟବହାର କରାଯିବ।

ରାଜ୍ୟକୁ ଡୋଜ୍‌ ପିଛା ୪୦୦ ଟଙ୍କା ଏବଂ ଘରୋଇ ଡାକ୍ତରଖାନାକୁ ଡୋଜ୍‌ ପିଛା ୬୦୦ ଟଙ୍କାରେ ଟିକା ବିକ୍ରୟ କରିବ ବୋଲି ଗତକାଲି ‘ସିରମ୍‌’ କହିଛି। କିନ୍ତୁ, କେନ୍ଦ୍ର ସରକାରଙ୍କ ଦର ପୂର୍ବଭଳି ୧୫୦ ଟଙ୍କା ରହିବ।

‘ସ୍ପୁଟ୍‌ନିକ୍‌-୫’ ଟିକାର ଦର ଡୋଜ୍‌ପିଛା ୭୫୦ ଟଙ୍କା ରହିବ ବୋଲି ‘ଡକ୍ଟର୍‌ ରେଡିସ୍‌’ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe