କରାଚୀ ବିଶ୍ବବିଦ୍ୟାଳୟରେ ବିସ୍ଫୋରଣ ଘଟାଇଥିବା ଅପରାଧୀଙ୍କୁ ଶାସ୍ତି ଦେବାକୁ ପାକିସ୍ତାନ ନିକଟରେ ଦାବି କଲା ଚୀନ୍‌

କରାଚୀ ବିଶ୍ବବିଦ୍ୟାଳୟରେ ବିସ୍ଫୋରଣ ଘଟାଇଥିବା ଅପରାଧୀଙ୍କୁ ଶାସ୍ତି ଦେବାକୁ ପାକିସ୍ତାନ ନିକଟରେ ଦାବି କଲା ଚୀନ୍‌

Image Courtesy of Zee News

ନୂଆଦିଲ୍ଲୀ: ୩ଜଣ ଚୀନ୍‌ ନାଗରିକ ନିହତ ହୋଇଥିବା କରାଚୀ ଆକ୍ରମଣକୁ ଆଜି ତୀବ୍ର ନିନ୍ଦା କରିବା ସହ ଅପରାଧୀମାନଙ୍କୁ ଶାସ୍ତି ଦେବା ପାଇଁ ପାକିସ୍ତାନ ନିକଟରେ ଚୀନ୍‌ ଦାବି କରିଛି।

ଏ ସଂକ୍ରାନ୍ତ ବିବୃତିରେ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଅତ୍ୟନ୍ତ ଗମ୍ଭୀର ଚିନ୍ତା ପ୍ରକଟ କରିବା ଲାଗି ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟୁ ଜିଆଙ୍ଗ୍‌ହାଓ ଚୀନ୍‌ରେ ଥିବା ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ନିକଟକୁ ଜରୁରୀ ଫୋନ୍‌ କଲ୍‌ କରିଥିଲେ।

ପାକିସ୍ତାନ ତୁରନ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅପରାଧୀମାନଙ୍କୁ ଗିରଫ କରିବା ସହ ଆଇନ ଅନୁସାରେ ଶାସ୍ତି ଦେବା ଉଚିତ ବୋଲି ସେ ଦାବି କରିଛନ୍ତି। ଏହାଛଡ଼ା, ପାକିସ୍ତାନରେ ଥିବା ଚୀନା ନାଗରିକମାନଙ୍କ ସୁରକ୍ଷା ଏବଂ ଆଗକୁ ଏ ଭଳି ଘଟଣା ନ ଘଟିବା ପାଇଁ ନିମନ୍ତେ ସୁନିଶ୍ଚିତ ହେବା ନିମନ୍ତେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

publive-image Image Courtesy of asahi.com

ଚୀନ୍‌ କହିଛି ଯେ, ଚୀନା ଲୋକଙ୍କ ରକ୍ତପାତ ଅକାରଣ ହେବନାହିଁ। ଏଭଳି କାଣ୍ଡ ଭିଆଇଥିବା ଅପରାଧୀମାନଙ୍କୁ ନିଶ୍ଚୟ ଶାସ୍ତି ମିଳିବା ଉଚିତ।

ଚୀନା ବୈଦେଶିକ ମନ୍ତ୍ରାଳୟ ମଧ୍ୟ କହିଛି ଯେ, ସମବେଦନା ଜଣାଇବା ଲାଗି ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍ ପାକିସ୍ତାନସ୍ଥିତ ଚୀନା ଦୂତାବାସକୁ ଯାଇଥିଲେ।

ଆଫଗାନିସ୍ତାନ ଏବଂ ଇରାନ୍‌ ସୀମାନ୍ତବର୍ତ୍ତୀ ବାଲୋଚିସ୍ତାନ ପ୍ରଦେଶରେ ଥିବା ‘ବାଲୋଚ୍‌ ଲିବରେସନ୍‌ ଆର୍ମି’ ନାମକ ବିଚ୍ଛିନ୍ନତାବାଦୀ ସଙ୍ଗଠନ ଉକ୍ତ ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe