ହାଫିଜ୍‌ ସଇଦ୍‌ ଏବଂ ଆଝାରଙ୍କ ସଙ୍ଗଠନକୁ ପାଣ୍ଠି ଯୋଗାଉଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ଜେଲ୍‌ ଓ ଜରିମାନା

ହାଫିଜ୍‌ ସଇଦ୍‌ ଏବଂ ଆଝାରଙ୍କ ସଙ୍ଗଠନକୁ ପାଣ୍ଠି ଯୋଗାଉଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ଜେଲ୍‌ ଓ ଜରିମାନା

Image Courtesy of TOI

ଇସ୍‌ଲାମାବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ଙ୍କ ତଥାକଥିତ ଦାତବ୍ୟ ସଂସ୍ଥା ସମେତ ଅନ୍ୟାନ୍ୟ ନିଷିଦ୍ଧ ଘୋଷିତ ସଂସ୍ଥାଗୁଡ଼ିକୁ ଯେଉଁମାନେ ପାଣ୍ଠି ଯୋଗାଉଛନ୍ତି ସେମାନଙ୍କୁ ୧୦ ବର୍ଷ କାରାଦଣ୍ଡ ଏବଂ ବିପୁଳ ପରିମାଣର ଜରିମାନା ଦେବାକୁ ପଡ଼ିବ ବୋଲି ଶନିବାର ଦିନ ଇସ୍‌ଲାମାବାଦ କହିଛି। ତାଙ୍କର ସମ୍ପତ୍ତି ମଧ୍ୟ ବ୍ୟାଜାପ୍ତି କରାଯାଇ ପାରେ। ଆମେରିକା ପାକିସ୍ତାନକୁ ୧ ବିଲିୟନ୍‌ କୋଟି ଡଲାର୍‌ର ନିରାପତ୍ତା ସହାୟତା ଯୋଗାଣ ବନ୍ଦ କରିଦେବା ପରେ ଇସ୍‌ଲାମାବାଦ ଏ ଭଳି ନିଷ୍ପତ୍ତି ନେଇଛି।

ସଇଦ୍‌ଙ୍କ ଜମାତ୍‌-ଉଦ୍‌-ଦାଓ୍ଵା, ଫାଲାହା-ଇ-ଇନ୍‌ସାନିୟାତ୍‌ ଫାଉଣ୍ଡେସନ୍‌ ଏବଂ ଲସ୍କର୍‌-ଇ-ତୈବା ମସୁଦ ଆଝାରଙ୍କର ଜୈସ୍‌-ଇ-ତୈଲ୍‌ବା ସମେତ ପାକିସ୍ତାରେ ଥିବା ୭୨ଟି ସଙ୍ଗଠନର ତାଲିକା ଖବରକାଗଜରେ ପ୍ରକାଶ କରି ସେମାନଙ୍କୁ ସହାୟତା ନ ଦେବାକୁ ଶନିବାର ଦିନ ପାକିସ୍ତାନ ଘୋଷଣା କରିଛି।

ପାକିସ୍ତାନର ୧୯୯୭ ମସିହା ଆତଙ୍କବାଦୀ-ବିରୋଧୀ ଆଇନ୍‌ ଅନୁସାରେ ନିଷିଦ୍ଧ ସଙ୍ଗଠନକୁ ଆର୍ଥିକ ସହାୟତା ଯୋଗାଇବା ବେଆଇନ୍‌। ଯେଉଁମାନେ ଏହି ସଙ୍ଗଠନଗୁଡ଼ିକୁ ପାଣ୍ଠି ଯୋଗାଇବେ ସେମାନଙ୍କୁ ୧୦ ବର୍ଷ ଜେଲ୍‌ ଏବଂ ୧୦ ମିଲିୟନ୍‌ ଜରିମାନା କିଂବା ଉଭୟ ଦଣ୍ଡ ମଳିପାରେ। ସେମାନଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟ ବ୍ୟାଜାପ୍ତ ହୋଇପାରେ।
ଦାତବ୍ୟ ସଂସ୍ଥା ପାଇଁ ଲୋକେ ଦେଉଥିବା ଅର୍ଥ ମନ୍ଦ ଲୋକଙ୍କ ହାତରେ ପଡୁନାହିଁ ବୋଲି ଲୋକେ ନିଶ୍ଚିତ ହେବା ଲୋକମାନଙ୍କର ଦାୟିତ୍ୱ ବୋଲି ଏହି ବିଜ୍ଞାପନରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe