ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’ ବିରୋଧରେ ପ୍ରବଳ ପ୍ରତିବାଦ ଚାଲିଥିବା ବେଳେ ଆଜି ଏୟାର୍ ଚିଫ୍ ମାର୍ସାଲ୍ ଭି ଆର୍ ଚଦୁରାଇ ପ୍ରତିବାଦକାରୀମାନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ‘ଯେଉଁମାନେ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’ ବିରୋଧରେ ଆନ୍ଦୋଳନ କରୁଛନ୍ତି ସେମାନଠାରୁ ଏପରି ହିଂସା ଆଶା କରାଯାଏ ନାହିଁ। ଏହି ଆନ୍ଦୋଳନରେ ନିଜକୁ ସାମିଲ୍ କରୁଥିବା ଚାକିରୀ ଆଶାୟୀମାନଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହାର ମୂଲ୍ୟ ଭରଣ କରିବାକୁ ପଡ଼ିବ।’
www.indiatoday.inସେ ଆହୁରି ବି କହିଛନ୍ତି ଯେ ‘ପିଲାମାନଙ୍କର ଏପରି ହିଂସାତ୍ମକ ଆଚରଣକୁ ଆମେ ନିନ୍ଦା କରୁଛୁ। ଆମର ଶେଷ ପଦକ୍ଷେପ ହେଉଛି ପୁଲିସ୍ ଯାଞ୍ଚ୍। ଯଦି ଯାଞ୍ଚ୍ରେ ଏଥିରେ କେହି ସଂପୃକ୍ତ ଥିବା ଧରାପଡ଼ନ୍ତି ତ ସେମାନଙ୍କୁ ପୁଲିସ୍ କ୍ଲିୟରାନ୍ସ ମିଳିବ ନାହିଁ।’
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’ ବିରୋଧରେ ଉପୁଜିଥିବା ପ୍ରତିବାଦକୁ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ସେନା ମୁଖ୍ୟଙ୍କ ସହିତ ବୈଠକ କରିଛନ୍ତି। ‘ସିଏପିଏଫ୍’ ଏବଂ ‘ଆସାମ ରାଇଫଲ୍ସ୍’ରେ ଅଗ୍ନିବୀରମାନଙ୍କ ପାଇଁ ୧୦% ଚାକିରି ସଂରକ୍ଷଣ କରାଯିବ ବୋଲି ଆଜି ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘୋଷଣା କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ୩ ସେନାର ମୁଖ୍ୟମାନଙ୍କ ସହିତ ବୈଠକ ଆରମ୍ଭ କରିଛନ୍ତି।
ସେନା, ନୌସେନା ଏବଂ ବାୟୁସେନା ନିମନ୍ତେ ୪ ବର୍ଷ ଲାଗି ତରୁଣମାନଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଆରମ୍ଭ କରାଯାଇଥିବା ଯୋଜନା ଉପରେ ୩ ସେନାର ମୁଖ୍ୟମାନେ ନିଜ ନିଜର ଆସ୍ଥାବ୍ୟକ୍ତ କରିଥିଲେ।
Follow Us