ଗାନ୍ଧୀ ଜୟନ୍ତୀରେ କିଛି ଲୋକ ‘ଗଡସେ ଜିନ୍ଦାବାଦ’ ଟ୍ବିଟ କରି ଦେଶକୁ ଲଜ୍ଜିତ କରୁଛନ୍ତି: ବରୁଣ ଗାନ୍ଧୀ

Advertisment
ଗାନ୍ଧୀ ଜୟନ୍ତୀରେ କିଛି ଲୋକ ‘ଗଡସେ ଜିନ୍ଦାବାଦ’ ଟ୍ବିଟ କରି ଦେଶକୁ ଲଜ୍ଜିତ କରୁଛନ୍ତି: ବରୁଣ ଗାନ୍ଧୀ

www.indiatoday.in

ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ଏହି ଅବସରରେ ସାରା ଦେଶରେ ଲୋକ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଉଥିବା ବେଳେ କିଛି ଲୋକ ସୋସିଆଲ ମିଡିଆରେ ‘ଗଡସେ ଜିନ୍ଦାବାଦ’ ଲେଖି ସେୟାର କରୁଛନ୍ତି, ଯାହା ଏବେ ଟ୍ୱିଟରରେ ଟ୍ରେଣ୍ଡ ହେବାରେ ଲାଗିଛି। ଏହାକୁ ନେଇ ବିଜେପି ସାଂସଦ ବରୁଣ ଗାନ୍ଧୀ ବିରକ୍ତି ପ୍ରକାଶ କରିବ‌ା ସହ କହିଛନ୍ତି ଯେ, ଆଜିର ଦିନରେ କିଛି ଲୋକ ‘ଗଡସେ ଜିନ୍ଦାବାଦ’ କହି ଦେଶକୁ ଲଜ୍ଜିତ କରୁଛନ୍ତି।

୧୯୪୮ ମସିହା ଜାନୁଆରି ୩୦ ତାରିଖରେ ଗଡସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏ ନେଇ ଗଡସେଙ୍କୁ ଭାରତୀୟ ଆଇନ ଅନୁଯାୟୀ ଫାଶି ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ହେଲେ ଆଜି ମହାତ୍ମା ଗାନ୍ଧୀ ଜନ୍ମଦିନ‌ରେ ‘ଗଡସେ ଜିନ୍ଦାବାଦ’ ଟ୍ୱିଟରରେ ଟ୍ରେଣ୍ଡ କରିବାରୁ ବରୁଣ ଗାନ୍ଧୀ ଏହାର କଡ଼ା ଜବାବ ଦେଇଛନ୍ତି।

ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଭାରତ ସର୍ବଦା ଏକ ଆଧ୍ୟାତ୍ମିକ ଶକ୍ତି ଭାବରେ ରହିଆସିଛି। ମହାତ୍ମା ହିଁ ତାଙ୍କ ଅସ୍ତିତ୍ୱ ମାଧ୍ୟମରେ ଆମ ଦେଶର ଆଧ୍ୟାତ୍ମିକ ଆଧାରକୁ ପ୍ରକାଶ କରିଛନ୍ତି। ସେ ଆମକୁ ଏକ ନୈତିକ ଅଧିକାର ଦେଇଛନ୍ତି, ଯାହା ଆଜି ବି ଆମର ସର୍ବଶ୍ରେଷ୍ଠ ଶକ୍ତି ହୋଇ ରହିଛି। ହେଲେ ତାଙ୍କ ଜୟନ୍ତୀରେ ଯେଉଁମାନେ 'ଗଡସେ ଜିନ୍ଦାବାଦ' ଟ୍ୱିଟ୍ କରୁଛନ୍ତି ସେମାନେ ଏଭଳି କରି ଦେଶକୁ ଲଜ୍ଜିତ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ସାରା ଦେଶର ଲୋକଙ୍କ ପାଇଁ ଅକ୍ଟୋବର ୨ ତାରିଖ ଅନେକ ଗୁରୁତ୍ୱ ବହନ କରିଥାଏ। ଆଜିର ଦିନରେ ଗୁଜୁରାଟର ପୋରବନ୍ଦରଠାରେ ମହାତ୍ମା ଗାନ୍ଧୀଙ୍କର ଜନ୍ମ ହୋଇଥିଲା । ଏହି ଦିନକୁ ପ୍ରତିବର୍ଷ ଦେଶର ବିଶ୍ବବାସୀ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe