ବିଜେପି ନେତାଙ୍କ ନାତୁଣୀ ନିର୍ବନ୍ଧରେ ସାମିଲ ହେଲେ ୬ ହଜାର ଲୋକ: ସରକାର ଦେଲ ଯାଞ୍ଚ ଆଦେଶ

Advertisment
ବିଜେପି ନେତାଙ୍କ ନାତୁଣୀ ନିର୍ବନ୍ଧରେ ସାମିଲ ହେଲେ ୬ ହଜାର ଲୋକ: ସରକାର ଦେଲ ଯାଞ୍ଚ ଆଦେଶ

.zoomnews.in

ଗାନ୍ଧିନଗର: ଗୁଜରାଟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରମୁଖ ସହରରେ ରାତ୍ରି କର୍ଫ୍ୟୁ ଜାରି କରାଯାଇଛି। ଏହାରି ଭିତରେ ଭାରତୀୟ ଜନତା ପାର୍ଟିର ଜଣେ ନେତା ସରକାରଙ୍କ ନିୟମକୁ ଫୁ କି ଉଡ଼ାଇ ଦେଇଥିବାର ଏକ ଘଟଣା ଏବେ ସାମ୍ନାକୁ ଆସିଛି।

ଗୁଜରାଟ ତାପି ଜିଲ୍ଲାରେ ଡୋସୱାଡା ଗାଁରେ ବିଜେପି ନେତା ଗାମିତଙ୍କ ନାତୁଣୀଙ୍କ ନିର୍ବନ୍ଧ ଥିଲା। ଏହି ନିର୍ବନ୍ଧ ଭୋଜିରେ କୋଭିଡ ନିୟମକୁ ଫୁ କରି ୬ ହଜାରରୁ ଅଧିକ ଲୋକ ସାମିଲ ହୋଇଥିବା ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓରେ ଭୋଜିରେ ସାମିଲ ହେବାକୁ ଆସିଥିବା ଅତିଥି ସାମାଜିକ ଦୂରତାକୁ ରକ୍ଷା ନକରି ଗରବା ନାଚ କରିବାରରେ ବ୍ୟସ୍ତ ଥିବା ନଜରକୁ ଆସିଛି।

ଏହି ଭିଡିଓକୁ ଦେଖି ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସୁରଟ ଆଇଜିପି ରାଜକୁମାର ପାଣ୍ଡିୟନଙ୍କ ଆଦେଶ ପରେ ଏସପି ଏକ ମାମଲା ରୁଜ୍ଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସମାରୋହରେ ସାମିଲ ହୋଇଥିବା ଲୋକଙ୍କ ବିରୋଧରେ ମଧ୍ୟ ମାମଲା ରୁଜ୍ଜୁ ହେବ ଏବଂ ଦାୟିତ୍ବହୀନ ପୁଲିସ କର୍ମୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସୁରଟ ଆଇଜିପି।
ଏହି ଘଟଣାକୁ ନେଇ ବିଜେପି ନେତା ନିଜ ଦୋଷ ସ୍ବୀକାର କରି କହନ୍ତି, ‘ହ୍ୱାଟ୍ସଆପ ଜରିଆରେ ଲୋକେ ନାତୁଣୀର ନିର୍ବନ୍ଧ ଥିବା ଜାଣିବାକୁ ପାଇଥିଲେ ଏବଂ ସାମିଲ ହୋଇଥିଲେ। ଗାଁଟି ଆଦିବାସୀ ଅଞ୍ଚଳରେ ଥିବାରୁ ସମାରୋହରେ ଯେଉଁମାନେ ସାମିଲ ହେବାକୁ ଆସିଥିଲେ ‌ସେମାନଙ୍କ ମଧ୍ୟରୁ କାହାରିକୁ ମନା କରି ହୋଇ ନଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe