ବିପଦ କମିନାହିଁ, ଚୀନ ସେନାକୁ ଦୃଢ ଜବାବ ଦିଆଯାଉଛି : ସେନାମୁଖ୍ୟ

Advertisment
ଭାରତ ଏବେ ସମ୍ମୁଖୀନ ହେଉଥିବା ଛୋଟ ସଂଘର୍ଷ ଭବିଷ୍ୟତର ବଡ଼ ଯୁଦ୍ଧର ଟ୍ରେଲର : ସେନାମୁଖ୍ୟ

ନୂଆଦିଲ୍ଲୀ : ଗୋଟିଏ ପଟେ ଭାରତ ଓ ଚୀନ ସେନା ମଧ୍ୟରେ ୧୪ତମ କୋର କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ଭାରତର ସେନାମୁଖ୍ୟ ଜେନେରାଲ ଏମଏମ ନାରାଓ୍ବାଣେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଚୀନ ସହିତ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ଲାଗି ଉଦ୍ୟମ କରାଯାଉଛି, କିନ୍ତୁ ଉତ୍ତର ସୀମାରେ ଚୀନପଟୁ ଯେକୌଣସି ଆହ୍ବାନର ମୁକାବିଲା କରିବାକୁ ସେନା ପ୍ରସ୍ତୁତ ରହିଛି ।

ଚୀନ ସହିତ ଆଲୋଚନା ଜାରି ରହିଥିଲେ ବି ବିପଦ ହ୍ରାସ ପାଇନାହିଁ । ଚୀନ ସେନାକୁ ଭାରତୀୟ ସେନା ଦୃଢ ଜବାବ ଦେଇଚାଲିବ ଓ ଚୀନ ପଟୁ ଯେକୌଣସି ସାମରିକ ଆହ୍ବାନର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ଆଜି ହେଉଥିବା ୧୪ ତମ କୋର କମାଣ୍ଡର ସ୍ତରୀୟ ଆଲୋଚନାରେ ହଟ ସ୍ପ୍ରିଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ନେଇ ସହମତି ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି । କିନ୍ତୁ ଭବିଷ୍ୟତରେ ଆସିବାକୁ ଥିବା ଯେକୌଣସି ବିପଦର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ଓ ଏଥିପାଇଁ ମୁଁ ଆତ୍ମବିଶ୍ବାସର ସହ ଭରସା ଦେବାକୁ ଚାହେଁ । ଯୁଦ୍ଧ ହେଉଛି ସବୁଠାରୁ ଶେଷ ଉପାୟ, କିନ୍ତୁ ଯଦି ଏହା ଆମ ଉପରେ ଲଦିଦିଆଯାଏ ଆମେ ବିଜୟୀ ହେବୁ ବୋଲି ନାରାଓ୍ବାଣେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe