ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୋମାରେ ଉଡ଼ାଇବାକୁ ଧମକ !

ମୁମ୍ବାଇ ପୋଲିସକୁ ଶନିବାର ଏକ ଧମକପୂର୍ଣ୍ଣ ମେସେଜ ମିଳିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୋମା ମାରି ଉଡ଼ାଇଦେବାକୁ ଧମକ ଦିଆଯାଇଛି । ରାଜସ୍ଥାନର ଅଜମେରରେ ପଞ୍ଜୀକୃତ ଏକ ନମ୍ବରରୁ ଏହି ମେସେଜ ପଠାଯିବା ପରେ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ତୁରନ୍ତ ପୁଲିସ ସକ୍ରିୟ ହୋଇଯାଇଛି ।

modi

ମୁମ୍ବାଇ: ମୁମ୍ବାଇ ପୋଲିସକୁ ଶନିବାର ଏକ ଧମକପୂର୍ଣ୍ଣ ମେସେଜ ମିଳିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୋମା ମାରି ଉଡ଼ାଇଦେବାକୁ ଧମକ ଦିଆଯାଇଛି । ରାଜସ୍ଥାନର ଅଜମେରରେ ପଞ୍ଜୀକୃତ ଏକ ନମ୍ବରରୁ ଏହି ମେସେଜ ପଠାଯିବା ପରେ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ତୁରନ୍ତ  ପୁଲିସ ସକ୍ରିୟ ହୋଇଯାଇଛି । 

ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ୍ ମେସେଜରେ ଦୁଇ ଜଣ ଆଇଏସଆଇ ଏଜେଣ୍ଟ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବା ପାଇଁ ବୋମା ବିସ୍ଫୋରଣ କରିବାକୁ ଯୋଜନା ବିଷୟରେ ଉଲ୍ଲେଖ କରାଯାଇଥିଲା। ପୁଲିସ ସଂଦେହ କରୁଛି ଯେ ମେସେଜ୍ ପ୍ରେରଣକାରୀ ମାନସିକ ସ୍ତରରେ ଅସ୍ଥିର କିମ୍ବା ମଦ୍ୟପାନ କରିଥାଇ ପାରନ୍ତି, ଯଦିଓ ଏହି ମାମଲାରେ ଅଧିକ ଅନୁସନ୍ଧାନ ଜାରି ରହିଛି। ଏହି ମାମଲାରେ ଭାରତୀୟ ନ୍ୟାୟିକ ସଂହିତାର ଉପଯୁକ୍ତ ଧାରା ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଛି। ମୁମ୍ବାଇ ଟ୍ରାଫିକ୍ ପୁଲିସ ହେଲ୍ପଲାଇନକୁ ଅତୀତରେ ଅନେକ ଧମକପୂର୍ଣ୍ଣ ମେସେଜ୍ ଆସିଛି।

କେବଳ ମୋଦୀ ନୁହନ୍ତି, ବଲିଉଡ ଷ୍ଟାର ସଲମନ ଖାଁଙ୍କ ନାଁରେ ବି ଏକ ହତ୍ୟା ଧମକ ଆସିଛି । ଶୁକ୍ରବାର ପଠାଯାଇଥିବା ସଦ୍ୟତମ ବାର୍ତ୍ତାରେ ଲେଖାଯାଇଛି, "ଯଦି ସଲମାନ ଖାଁ ନିଜ ଜୀବନ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ସେ ରାଜସ୍ଥାନର ବିଷ୍ନୋଇ ସମ୍ପ୍ରଦାୟର ମନ୍ଦିରକୁ ଯାଇ କ୍ଷମା ପ୍ରାର୍ଥନା କରନ୍ତୁ କିମ୍ବା ୫ କୋଟି ଟଙ୍କା ଦିଅନ୍ତୁ। ଯଦି ସେମାନେ ଏହା ନ କରନ୍ତି, ତେବେ ଆମେ ସେମାନଙ୍କୁ ଶେଷ କରିଦେବୁ। ବିଷ୍ଣୋଇ ଗ୍ୟାଙ୍ଗ ଏବେ ବି ସକ୍ରିୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe