ଇସଲାମାବାଦ: ପାକିସ୍ତାନର ସବୁଠାରୁ ବଡ଼ ପ୍ରଦେଶ ବେଲୁଚିସ୍ତାନ, ସ୍ବାଧୀନ ହେବା ଆଶଙ୍କା ଦେଖାଦେଇଛି। ବେଲୁଚିସ୍ତାନ ସହିତ, ସୀମାନ୍ତ ପ୍ରଦେଶ ଖାଇବର ପଖତୁନ-ଖ୍ୱା ମଧ୍ୟ ପାକିସ୍ତାନ ସେନାର ବର୍ବରତାରୁ ମୁକ୍ତି ପାଇବା ପାଇଁ ସଂଗ୍ରାମ ଜାରି ରଖିଛି।
ବିଶେଷଜ୍ଞମାନଙ୍କ ଅନୁସାରେ ଯଦି ଏହା ହୁଏ, ତେବେ ପାକିସ୍ତାନ ତିନି ଭାଗରେ ବିଭକ୍ତ ହୋଇଯିବ। ପାକିସ୍ତାନ ପାଖରେ କେବଳ ସିନ୍ଧ୍ ଏବଂ ପଞ୍ଜାବ ରହିଯିବ। ସେଠାକୁ ମଧ୍ୟ ସ୍ୱାଧୀନତାର ନିଆଁ ବ୍ୟାପିବାର ଆଶଙ୍କା ରହିଥିବା ବିଶେଷଜ୍ଞ ମତପୋଷଣ କରୁଛନ୍ତି ।
ଏହାର ସଦ୍ୟତମ ଉଦାହରଣ ଖାଇବର ୱାଜିରିସ୍ତାନରେ ଦେଖାଯାଇଛି। ସେଠାରେ ପସ୍ତୁନମାନେ ରାତି ଅନ୍ଧାରରେ ମୋବାଇଲ୍ ଟର୍ଚ୍ଚ ଧରି ରାସ୍ତାକୁ ବାହାରି ଆସିଥିଲେ। ସେମାନେ ସ୍ଲୋଗାନ ଦେଉଥିଲେ ଯେ, ସ୍ବାଧୀନତା ଆମର ଅଧିକାର, ଏହାକୁ ଆମେ ଛଡ଼ାଇ ନେବୁ।
ୱାଜିରିସ୍ତାନରେ ଉଠିଥିବା ସ୍ୱାଧୀନତା ସଂଗ୍ରାମ ନେଇ ଜେନେରାଲ ଅସୀମ ମୁନିରଙ୍କ ପାଦ ତଳୁ ମାଟି ଦୋହଲାଇ ଦେଇଛି। ଇସଲାମାବାଦରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଧ୍ୟ ସ୍ୱାଧୀନତାର ଏହି ସ୍ଲୋଗାନ ଶୁଣି ଅସ୍ଥିର ହୋଇପଡ଼ିଛନ୍ତି। ଉଭୟ ବୁଝିପାରୁ ନାହାନ୍ତି, ସେମାନେ ପ୍ରଥମେ ବେଲୁଚିସ୍ତାନକୁ ସମ୍ଭାଳିବେ ନା ଖାଇବର ପଖତୁନଖ୍ୱା ଉପରେ ନିୟନ୍ତ୍ରଣ ହାସଲ କରିବେ। କାରଣ ଉଭୟ ପ୍ରଦେଶ ସେମାନଙ୍କ ହାତରୁ ଖସିବା ଆରମ୍ଭ କରିଛି।
ୱାଜିରିସ୍ତାନରେ ପାକିସ୍ତାନୀ ସେନାର ଅତ୍ୟାଚାର ବୃଦ୍ଧି ପାଇଛି। ସେଠାକାର ପସ୍ତୁନମାନେ ବିଦ୍ରୋହୀ ହୋଇଗଲେଣି। ଲୋକମାନେ ରାସ୍ତାକୁ ବାହାରି 'ସେନା ଫେରିଯାଅ' ସ୍ଲୋଗାନ ଦେଉଛନ୍ତି। ଖାଇବର ଠିକ୍ ବେଲୁଚିସ୍ତାନ ପରି ମଧ୍ୟ ଆଫଗାନିସ୍ତାନକୁ ଲାଗି ରହିଛି। ବେଲୁଚିସ୍ତାନରେ, ବାଲୁଚିସ୍ତାନ ସେନା(ବିଏଲଏ) ସ୍ୱାଧୀନତାର ବିଗୁଲ୍ ବଜାଇଛନ୍ତି। ଖାଇବରରେ, ତେହେରିକ୍-ଏ-ତାଲିବାନ୍ ପାକିସ୍ତାନ(ଟିଟିପି) ମୁନିର ସେନା ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ପାକିସ୍ତାନ ସରକାର ଅଭିଯୋଗ କରିଛନ୍ତି ଯେ, ଯେବେଠାରୁ ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଆସିଛି, ସେବେଠାରୁ ଟିଟିପି ଖାଇବରର ଆଭ୍ୟନ୍ତରରେ ପ୍ରବେଶ କରିଛି। ଏହି ସଂଗଠନ ଖାଇବର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରୁଛି। ଟିଟିପିକୁ ନିପାତ କରିବା ପାଇଁ ପାକିସ୍ତାନୀ ସେନା ଦୀର୍ଘ ସମୟ ଧରି ଅପରେସନ୍ ଚଳାଇ ଆସିଛି କିନ୍ତୁ ଏଥିରେ ସଫଳ ହୋଇ ପାରିନାହିଁ। ସତ୍ୟ ହେଉଛି ଯେ, ପାକିସ୍ତାନୀ ସେନା ନିଷ୍ଠୁରତାର ସମସ୍ତ ସୀମା ଅତିକ୍ରମ କରୁଛି। ମେ’ମାସରେ, ପାକିସ୍ତାନୀ ସେନା ସେଠାରେ ଡ୍ରୋନ୍ ଆକ୍ରମଣ କରିଥିଲା। ଏହା ପ୍ରଥମ ଥର ଥିଲା ଯେତେବେଳେ ପାକିସ୍ତାନୀ ସେନା ନିଜ ଦେଶର କୌଣସି ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରିଥିଲା।
ଦାବି କରାଯାଇଥିଲା ଯେ, ଏହାର ଟାର୍ଗେଟ ଟିଟିପିର ଆତଙ୍କବାଦୀ ଥିଲେ, କିନ୍ତୁ ସାଧାରଣ ଲୋକ କହିଥିଲେ, ସେନା ଟିଟିପି ବିରୋଧରେ ଅପରେସନ ନାମରେ ସାଧାରଣ ପସ୍ତୁନମାନଙ୍କୁ ହତ୍ୟା କରିଥିଲା। ବିପରୀତରେ, ଯେତେବେଳେ ପସ୍ତୁନମାନେ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲେ, ସେତେବେଳେ ଅନେକ ଲୋକଙ୍କୁ ବେଆଇନ ଭାବରେ ଗିରଫ କରାଯାଇଥିଲା। ଖାଇବରରେ ହଜାର ହଜାର ଏପରି ବେଆଇନ ଗିରଫଦାରୀ କରାଯାଇଛି। ଏହି ଅଞ୍ଚଳରେ, ମାନବାଧିକାର ଉଲ୍ଲଂଘନ ଏବଂ ଟିଟିପିକୁ ସମର୍ଥନ କରୁଥିବା ଅଭିଯୋଗରେ ସାଧାରଣ ଲୋକଙ୍କୁ ଏବେ ବି ହତ୍ୟା କରାଯାଉଛି।
ଅଧିକ ପଢ଼ନ୍ତୁ: ସ୍ବାମୀଙ୍କୁ କାନ୍ଧରେ ବସାଇ ୧୫୦କିମିର କାଉଡିଆ ଯାତ୍ରାରେ ବାହାରିଲେ ପତ୍ନୀ
ଖାଇବର ମୁଖ୍ୟମନ୍ତ୍ରୀ ଅଲି ଅମିନ ଗଣ୍ଡାପୁର କହିଛନ୍ତି, ଯୁଦ୍ଧ କରି ଟିଟିପିକୁ ପରାସ୍ତ କରାଯାଇପାରିବ ନାହିଁ। କିନ୍ତୁ ମୁନିର ଦୃଢ଼ ଭାବରେ କହିଛନ୍ତି ଯେ, ସେ ସେନାର ଶକ୍ତିରେ ଟିଟିପିକୁ ଚୂର୍ଣ୍ଣ କରିବେ। ଗଣ୍ଡାପୁର କହିଛନ୍ତି, ସାମରିକ ଅପରେସନ ବନ୍ଦ ହେଲେ ହିଁ ଖାଇବରରେ ଶାନ୍ତି ଆସିବ। ମାତ୍ର ମୁନିର କହିଛନ୍ତି ଯେ, ଆମେ ପଛକୁ ହଟିବୁ ନାହିଁ। ଟିଟିପି ଉପରେ ଆକ୍ରମଣ ଜାରି ରହିବ। ବର୍ତ୍ତମାନ ସାଧାରଣ ପସ୍ତୁନମାନେ ଏହି ସଂଘର୍ଷର ଶିକାର ହେଉଛନ୍ତି। ସେମାନେ ପାକିସ୍ତାନ ସେନାର ନିଷ୍ଠୁରତାରେ ସେମାନଙ୍କର ପ୍ରିୟଜନଙ୍କୁ ହରାଉଛନ୍ତି। ଟିଟିପି ବିରୁଦ୍ଧରେ ଅପରେସନ ନାମରେ,ସେନାଙ୍କ ଦ୍ୱାରା ପସ୍ତୁନମାନଙ୍କର ସାମ୍ବିଧାନିକ ଅଧିକାରକୁ ଚୂର୍ଣ୍ଣ କରାଯାଉଛି। ଏହାର ଜବାବରେ, ପାକିସ୍ତାନ ସେନାର ସୈନିକମାନଙ୍କ ଉପରେ ପାଲଟା ଆକ୍ରମଣ କରାଯାଉଛି।
ଗତ ତିନି ବର୍ଷ ମଧ୍ୟରେ ଖାଇବରରେ ହୋଇଥିବା ଆକ୍ରମଣ ଏବଂ ୨୦୨୩ ମସିହାରେ ଖାଇବରରେ ୬୫୧ ଆକ୍ରମଣ ହୋଇଥିଲା, ଯେଉଁଥିରେ୫୦୦ ସୈନିକ ପ୍ରାଣ ହରାଇଥିଲେ। ୨୦୨୪ ମସିହାରେ ୭୩୨ ଟି ଆକ୍ରମଣ ହୋଇଥିଲା ଯେଉଁଥିରେ ୭୦୦ ସୈନିକ ପ୍ରାଣ ହରାଇଥିଲେ। ସେହିପରି, ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୦୦ ଆକ୍ରମଣ ହୋଇଛି। ଯେଉଁଥିରେ ୨୨୦ ପାକିସ୍ତାନୀ ସୈନିକ ପ୍ରାଣ ହରାଇଛନ୍ତି। ଗତ ତିନି ବର୍ଷରେ ୧୫୦୦ ସୈନିକ ପ୍ରାଣ ହରାଇଛନ୍ତି। ବେଲୁଚିସ୍ତାନ ଦୁଇ ଦିନ ପୂର୍ବରୁ ବିଏଲଏ ସେଠାରେ ଏକ ବଡ଼ ଆକ୍ରମଣ କରିଥିଲା। ବାଲୁଚ୍ ଲିବରେସନ୍ ଆର୍ମି ଦାବି କରିଥିଲା ଯେ, ଆମେ ଦୁଇଟି ପୃଥକ ଆକ୍ରମଣରେ ପାକିସ୍ତାନୀ ସେନାର ୩୦ ରୁ ଅଧିକ ସୈନିକଙ୍କୁ ହତ୍ୟା କରୁଛି।
ଅଧିକ ପଢ଼ନ୍ତୁ: ବାଲେଶ୍ବରରୁ ବଳଙ୍ଗା 'ନିଆଁ ନିର୍ଯାତନା': ନିଆଁରେ ଲେଖା କି ନାରୀର ଜୀବନ...? ନିନ୍ଦା କରି ଘେରିଲେ ବିରୋଧୀ
pakistan | baloch-rebels | balochistan BLA