Threat to blow up Lalkilla-Jama Masjid: Intelligence department on alert Photograph: (sambad.in)
ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଆମେରିକାରୁ ଭାରତ ଅଣାଯାଇଛି। ତାଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅଣାଯାଇଛି। ଦିଲ୍ଲୀର ପାଲମ ବିମାନବନ୍ଦରରେ ତାଙ୍କ ବିମାନ ଅବତରଣ କରିବା ପୂର୍ବରୁ, ଲାଲକିଲ୍ଲା ଏବଂ ଜାମା ମସଜିଦ ଉପରେ ବୋମା ମାଡ଼ କରିବାକୁ ଧମକ ଦିଆଯାଇଥିଲା। ଏହାକୁ ନେଇ ଗୁଇନ୍ଦା ବିଭାଗ ସତର୍କ ଅଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରୁଛି।
ଯେତେବେଳେ ତହବୁର ରାଣାଙ୍କୁ ଦିଲ୍ଲୀ ଅଣାଯାଉଥିଲା, ସେତେବେଳେ ଲାଲକିଲ୍ଲା ଏବଂ ଜାମା ମସଜିଦରେ ବୋମା ପକାଇବା ପାଇଁ ଏକ ଧମକପୂର୍ଣ୍ଣ ଫୋନ୍ ଆସିଥିଲା।
ଅଧିକ ପଢ଼ନ୍ତୁ: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ: ୬ ଦଳ ଖେଳିବେ
ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)ର ପ୍ରୟାସ ପରେ, ଆମେରିକାର କୋର୍ଟ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ରାଣାର ପ୍ରତ୍ୟାର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଆମେରିକାରୁ ଭାରତ ଅଣାଯାଇଛି। ରାଣାଙ୍କୁ ଏନଆଇଏ କୋର୍ଟରେ ହାଜର କରିବ, ଯେଉଁଠାରେ ତାଙ୍କର ରିମାଣ୍ଡ ଲୋଡାଯିବ।
ଅଧିକ ପଢ଼ନ୍ତୁ: ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
: tahawwur-hussain-rana
Follow Us