୧ କୋଟି ଦିଅ ନଚେତ୍.. ମହମ୍ମଦ ଶମୀଙ୍କୁ ହତ୍ୟା ଧମକ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଧମକ ଦିଆଯାଇଥିବା ନେଇ ଏକ ବଡ଼ ଖବର ଆସିଛି। ତାଙ୍କୁ  ଏକ ଇମେଲ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି । ଶାମିଙ୍କ ଭାଇ ହସିବ ଅହମ୍ମଦ ପୁଲିସ ଷ୍ଟେସନକୁ ଯାଇ ଏହି ମାମଲାରେ ଏକ ଏଫଆଇଆର ଦାଖଲ କରିଛନ୍ତି।

ମହମ୍ମଦ ସାମି ବିଶ୍ୱ ଏକାଦଶରେ ସାମିଲ, ଟି-୨୦ରେ ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବେ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଧମକ ଦିଆଯାଇଥିବା ନେଇ ଏକ ବଡ଼ ଖବର ଆସିଛି। ତାଙ୍କୁ  ଏକ ଇମେଲ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି ।

 ଅଭିଯୋଗ ମିଳିବା ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଶାମି ବର୍ତ୍ତମାନ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଦଳ ପାଇଁ ଖେଳୁଛନ୍ତି। ରବିବାର ସନ୍ଧ୍ୟାରେ ତାଙ୍କୁ ଏହି ଇମେଲ୍ ଆସିଥିବା ଜଣାପଡ଼ିଛି। ମହମ୍ମଦ ଶାମି ୟୁପିର ଆମରୋହାର ବାସିନ୍ଦା। ଶାମିଙ୍କ ଭାଇ ହସିବ ଅହମ୍ମଦ ପୁଲିସ ଷ୍ଟେସନକୁ ଯାଇ ଏହି ମାମଲାରେ ଏକ ଏଫଆଇଆର ଦାଖଲ କରିଛନ୍ତି। ଏଫଆଇଆର ଅନୁସାରେ ରାଜପୁତ ସିନ୍ଦର ନାମକ ବ୍ୟକ୍ତି ଏହି ଧମକ ଦେଇଛନ୍ତି । ସେ ୧ କୋଟି ଟଙ୍କା ଦାବି କରି ଏହି ଧମକ ଦେଇଥିବା କୁହାଯାଇଛି ।

ଗତ ମାସରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ମଧ୍ୟ ସମାନ ପ୍ରକାରର ଏକ ହତ୍ୟା ଧମକ ଆସିଥିଲା  । ଏହା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe