ଭାରତରେ ରହି ଆମେରିକାର ଏକ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ଦେଲେ ଯୁବକ

Advertisment
ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ଇନ୍ଦୋର: ମଧ୍ୟପ୍ରଦେଶର ଖଣ୍ଡୱାଠାରେ ରହୁଥିବା ଜଣେ ଇଞ୍ଜିନିୟରଙ୍କୁ ପୁଲିସ ଗିରଫ କରିଛି | ଏହି ଯୁବକ ଜଣକ ଆମେରିକାର ଏକ ସ୍କୁଲକୁ ବୋମା ଲଗାଇ ଉଡାଇଦେବାକୁ ଧମକ ଦେଇଥିଲେ। ମିଳିଥିବା ସୂଚନା ମୁତାବକ ସ୍ନାପଚାଟରେ ଚାଟିଂ କରୁଥିବାବେଳେ ଯୁବକ ଜଣକ ଏକ ଅନ୍ତର୍ଜାତୀୟ ଗ୍ରୁପରେ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲେ | ଅଭିଯୋଗ ପାଇବା ପରେ ଦିଲ୍ଲୀରୁ ଖଣ୍ଡୱା ପର୍ଯ୍ୟନ୍ତ ପୁଲିସ ଏବଂ ସୁରକ୍ଷା ଏଜେନ୍ସି ଆଲର୍ଟ ମୋଡକୁ ଆସିଥିଲେ। ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି।

ପୁଲିସର ସୂଚନା ମୁତାବକ ଭାନୁପ୍ରତାପ ଯାଦବ ନାମକ ଏହି ଯୁବକ ଜଣେ ପେସାଦାର ଇଞ୍ଜିନିୟର ହୋଇଥିବାବେଳେ କୋଭିଡ ସମୟରୁ ୱାର୍କ ଫ୍ରମ ହୋମ କରୁଥିଲେ | ଏହି ସମୟରେ ସେ ସୋସିଆଲ ମିଡିଆରେ ସ୍ନାପ ଚାଟ୍ ମାଧ୍ୟମରେ ଅନ୍ତର୍ଜାତୀୟ ଗ୍ରୁପରେ ଯୋଗ ଦେଇଥିଲେ | ଏଠାରେ ସେ ବାରମ୍ବାର ଚାଟ୍ କରୁଥିଲେ |

ଚାଟିଂ ସମୟରେ ଭାନୁପ୍ରତାପ ଅନ୍ତର୍ଜାତୀୟ ଗୋଷ୍ଠୀରେ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲେ | ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ସ୍ନାପଚାଟରେ ଆମେରିକାରେ ଏକ ସ୍କୁଲ ଉଡ଼ାଇଦେବାକୁ ଭାନୁପ୍ରତାପ ଧମକ ଦେଇଥିଲେ। ଏନେଇ ଜଣାପଡିବା ପରେ ସାଇବର ସେଲ ସକ୍ରିୟ ହୋଇ ସ୍ନାପ ଚାଟରେ ଧମକପୂର୍ଣ୍ଣ ବାର୍ତ୍ତା ପଠାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ତାଙ୍କୁ ପଚରାଉଚୁରା କରାଯାଉଥିବାବେଳେ ସେ କୌଣସି ଆତଙ୍କବାଦୀ ସଂଗଠନ ସହ ଜଡିତ କି ନାହିଁ ତାହା ଜାଣିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe