ଭାରତକୁ ପୁଣି ଧମକାଇଲା ଆମେରିକା, ରୁଷ୍‌କୁ ସମର୍ଥନ ବହୁତ ମହଙ୍ଗା ପଡ଼ିବ

Advertisment
ଆମେରିକା ସହ ଭାରତର ମିତ୍ରତା ଅଭିନ୍ନ ଅଙ୍ଗ: ମୋଦୀ

Madhyamam English

ୱାସିଂଟନ: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଜାରି ରହିଥିବା ବେଳେ ଶାନ୍ତି ପ୍ରକ୍ରିୟା ପାଇଁ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଭାରତର ଏହି ଭୂମିକାକୁ ଆମେରିକା ଆଦୌ ସହ୍ୟ କରିପାରୁ ନାହିଁ ଏବଂ ଭାରତକୁ ପୁଣି ଧମକାଇଛି। ଆମେରିକାର ଜାତୀୟ ଆର୍ଥିକ ପରିଷଦର ନିର୍ଦ୍ଦେଶକ ବ୍ରାୟନ ଡିଜ୍‌ ଭାରତକୁ ଚେତାବନୀ ଦେଇ କହିଛନ୍ତି, ରୁଷ୍‌କୁ ସମର୍ଥନ ଓ ରୁଷ୍‌ ସହ ବୁଝାମଣା ଭାରତ ପାଇଁ ବହୁତ ମହଙ୍ଗା ପଡ଼ିବ। ଭାରତ ରୁଷ୍‌ ସହିତ ଯଥାସମ୍ଭବ ସଂପର୍କ ହ୍ରାସ କରିବା ଓ ବାଣିଜ୍ୟିକ କାରବାରରେ ଅଙ୍କୁଶ ଲଗାଇବା ପାଇଁ ଡିଜ୍‌ ଚେତାବନୀ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଆମେରିକା ଭାରତ ବିରୋଧରେ ଆର୍ଥିକ କଟକଣା ଲାଗୁ କରିବା ନେଇ ଚେତାବନୀ ଦେଇଥିଲେ।

ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରମାନେ ରୁଷ୍‌ ବିରୋଧରେ ଅତି କଠୋର ଆର୍ଥିକ କଟକଣା ଲାଗୁ କରିଥିବା ବେଳେ ଭାରତ ରୁଷ୍‌ ସହିତ ସଂପର୍କ ସ୍ବାଭାବିକ ରଖିଛି। ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟ ରୁଷ୍‌ ବିରୋଧରେ ଆର୍ଥିକ କଟକଣା ଲଗାଇଛନ୍ତି। ତେବେ ଭାରତ ରୁଷ୍‌ ବିରୋଧରେ କୌଣସି ପଦକ୍ଷେପ ନେବାକୁ ସ୍ପଷ୍ଟ ମନାକରିବା ସହ ରୁଷ୍‌ରୁ ଶସ୍ତାରେ ତୈଳ କ୍ରୟ ନିଷ୍ପତ୍ତି କାର୍ଯ୍ୟକାରୀ କରିଛି। ଭାରତର ସ୍ବାଧୀନ ବିଦେଶ ନୀତି ଏବଂ ରୁଷ୍‌ ସହିତ ଘନିଷ୍ଠ ସଂପର୍କ ପାଇଁ ଆମେରିକା ଏବେ କ୍ଷୁବ୍ଧ ହୋଇଛି ଏବଂ ତୁହାକୁ ତୁହା ଚେତାବନୀ ଦେବାରେ ଲାଗିଛି। ୟୁକ୍ରେନ୍‌ ଯୁଦ୍ଧ ନେଇ ରୁଷ୍‌କୁ ସିଧାସଳଖ କଡ଼ା ସମାଲୋଚନା କରିବା ପାଇଁ ମଧ୍ୟ ଭାରତ ମନା କରିଦେବା ସହ ଜାତିସଂଘରେ ରୁଷ୍‌ ବିରୋଧୀ ବିଭିନ୍ନ ପ୍ରସ୍ତାବ ଉପରେ ଭୋଟ୍‌ ଦାନରୁ ବିରତ ରହିଛି। କ୍ବାଡ୍‌ର ୪ ସଦସ୍ୟଙ୍କ ମଧ୍ୟରୁ ରୁଷ୍‌କୁ ନେଇ କେବଳ ଭାରତର ନୀତି ହିଁ ଭିନ୍ନ ରହିଥିବାରୁ ଭାରତ ଉପରେ ଚାପ ବୃଦ୍ଧି ପାଇଁ ଆମେରିକା ଏହାକୁ ଏକ ମଉକା ଭାବେ ଗ୍ରହଣ କରିଛି। ତେବେ ଭାରତ ତା’ର ନିରପେକ୍ଷ ନୀତିରେ କାଏମ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe