ଯୋଗୀଙ୍କୁ ମିଳିଲା ହତ୍ୟା ଧମକ, କୁହାଯାଇଛି-‘ଚାରିଦିନ ଭିତରେ ଯାହା କରିବା କଥା କରିଦିଅ’

ଯୋଗୀଙ୍କୁ ମିଳିଲା ହତ୍ୟା ଧମକ, କୁହାଯାଇଛି-‘ଚାରିଦିନ ଭିତରେ ଯାହା କରିବା କଥା କରିଦିଅ’

ଲକ୍ଷ୍ମୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ଉତ୍ତରପ୍ରଦେଶ କଣ୍ଟ୍ରୋଲ ରୁମର ହ୍ବାଟସଆପ ନମ୍ବରକୁ ଏହି ଧମକ ଆସିଛି। ତେବେ ଧମକ ପଠାଇ କୁହାଯାଇଛି କି, ଚାରିଦିନ ଭିତରେ ଯାହା କରିବା କଥା କରିଦିଅ। ଏହି ଘଟଣା ସାମ୍ନାକୁ ଆସିବା ପରେ ଲକ୍ଷ୍ମୌ ସୁଶାନ୍ତ ଗୋଲଫ ସିଟି ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ ଟିମକୁ ଆଲର୍ଟ କରି ଦିଆଯାଇଛି। ନମ୍ବର ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଛାନଭିନ ଆରମ୍ଭ କରି ଦେଇଛି।

କୁହାଯାଉଛି କି ଉତ୍ତରପ୍ରଦେଶ ପୁଲିସର ଜରୁରୀକାଳିନ ସେବା ପାଇଁଥିବା ୧୧୨ ହ୍ବାଟସଆପ ନମ୍ବରକୁ କେହି ଜଣେ ମେସେଜ କରି ହତ୍ୟା ଧମକ ଦେଇଥିଲା। ଏହି ଧମକରେ ଲେଖା ହୋଇଛି, ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ୫ଦିନ ଭିତରେ ସେ ହତ୍ୟା କରିବ। ତେଣୁ ଯେଉଁ କାମ ଅଛି ତାହାକୁ ସେ ଚାରିଦିନ ଭିତରେ ଶେଷ କରି ଦିଅନ୍ତୁ।

ତେବେ ଏହା ପ୍ରଥମଥର ନୁହେଁ, ଏହା ପୂର୍ବରୁ ବି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିବା ପାଇଁ ଧମକ ମିଳିଛି। ୨୦୨୦ମଇ ମାସରେ ଯୋଗୀ ଆଦିତ୍ୟନାଥଙ୍କୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ମିଳିଥିଲା। ୧୧୨ର ସୋସିଆଲ ମିଡିଆ ଡେସ୍କର ହ୍ବାଟସଆପ ନମ୍ବରକୁ ଏହି ଧମକ ଆସିଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ଗୋମତି ନଗର ପୁଲିସ ଷ୍ଟେସନରେ ଧାରା ୫୦୫(୧) ବି, ୫୦୬ ଓ ୫୦୭ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe