ଉଦୟପୁର ହତ୍ୟାକାଣ୍ଡ ସମ୍ପର୍କରେ ପୋଷ୍ଟ କରିଥିବା ନାବାଳିକାଙ୍କୁ ହତ୍ୟା ଧମକ

Advertisment
ଉଦୟପୁର ହତ୍ୟାକାଣ୍ଡ ସମ୍ପର୍କରେ ପୋଷ୍ଟ କରିଥିବା ନାବାଳିକାଙ୍କୁ ହତ୍ୟା ଧମକ

OpIndia

ମୁମ୍ବାଇ : ଉଦୟପୁର ହିନ୍ଦୁ ଦରଜୀ କହ୍ନେୟା ଲାଲ୍‌ଙ୍କ ହତ୍ୟା ସମ୍ପର୍କରେ ନିଜ ଫେସ୍‌ବୁକ୍‌ରେ ପୋଷ୍ଟ କରି ହତ୍ୟା ଧମକ ପାଇଛନ୍ତି ଜଣେ ନାବାଳିକା। ଦକ୍ଷିଣ ମୁମ୍ବାଇର ଗିର୍‌ଗାଓଁରେ ରହୁଥିବା ଜଣେ ୧୬ ବର୍ଷିୟା ନାବାଳିକା କହ୍ନେୟା ଲାଲ୍‌ଙ୍କ ସମର୍ଥନରେ ନିଜ ଫେସବୁକ୍‌ରେ ଏକ ପୋଷ୍ଟ କରିଥିଲେ। ଏହାର କିଛି ସମୟ ପରେ ଏକ ଅଜ୍ଞାତ ବ୍ୟକ୍ତି ହ୍ଵାଟ୍‌ଆପ୍‌ କଲ୍‌ ଜରିଆରେ ତାଙ୍କୁ ହତ୍ୟା ଧମକ ଦେଇଥିଲା। ଏନେଇ ନାବାଳିକା ଜଣକ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ। ଭି ପି ରୋଡ୍ ପୁଲିସ୍‌ ଷ୍ଟେସନ୍‌ ଏନେଇ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି। ସୋସିଆଲ ମିଡିଆରେ ନୂପୁର ଶର୍ମାଙ୍କୁ ସମର୍ଥନ କରି ପୋଷ୍ଟ କରିଥିବାରୁ ଜୁନ୍ ୨୮ରେ ରାଜସ୍ଥାନର ଉଦୟପୁରରେ କହ୍ନେୟା ଲାଲ୍‌ଙ୍କ ଗଳାକାଟି ହତ୍ୟା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe