ରସାୟନ ବିଜ୍ଞାନରେ ବି ୩ ଜଣଙ୍କୁ ନୋବେଲ୍‌

Advertisment
ରସାୟନ ବିଜ୍ଞାନରେ ବି ୩ ଜଣଙ୍କୁ ନୋବେଲ୍‌

India Today -

ଓ୍ଵାସିଂଟନ: କ୍ରାୟୋ ଇଲେକ୍‌ଟ୍ରୋନ୍‌ ମାଇକ୍ରୋସ୍କୋପିକ୍‌ର ବିକାଶ ପାଇଁ ବିଶିଷ୍ଟ ବୈଜ୍ଞାନିକ ଜେକ୍ୟୁଜ୍‌ ଦୁବୋଚେ, ଜୋଆସିମ୍‌ ଫ୍ରାଙ୍କ ଏବଂ ରିଚାର୍ଡ ହେଣ୍ଡେରସନଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଚିକିତ୍ସା ବିଜ୍ଞାନରେ ୩ ଜଣ ଏବଂ ପଦାର୍ଥ ବିଜ୍ଞାନରେ ମଧ୍ୟ ୩ ଜଣ ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ରସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ୍‌ ପାଇଥିବା ତିନି ବୈଜ୍ଞାନିକ କୁଲ୍‌ ମାଇକ୍ରୋସ୍କୋପ୍‌ ଜ୍ଞାନକୌଶଳରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି।

ସ୍ୱିଡେନ ରୟାଲ ଏକାଡେମି ଅଫ୍‌ ସାଇନ୍‌ସ ପକ୍ଷରୁ  ପୁରସ୍କାର ଘୋଷଣା କରି କୁହାଯାଇଛି ଯେ ଜୀବ ରସାୟନ (ବାୟୋକେମିଷ୍ଟ୍ରି) ଗବେଷଣା କ୍ଷେତ୍ରରେ ଏହି ତିନି ବୈଜ୍ଞାନିକଙ୍କ ଅବଦାନ ଅବିସ୍ମରଣୀୟ। ସ୍କଟ୍‌ଲ୍ୟାଣ୍ଡ୍‌ର ବୈଜ୍ଞାନିକ ହେଣ୍ଡେରସନ ଇଲେକ୍‌ଟ୍ରୋନ୍‌ ମାଇକ୍ରୋସ୍କୋପ୍‌ ବ୍ୟବହାର କରି ଏକ ପ୍ରୋଟିନ୍‌ର ଥ୍ରୀଡି ଛବି ପ୍ରସ୍ତୁତ କରିଥିବା ବେଳେ ଏଥିରେ ପୁନଃ ବିକାଶ ଘଟାଇବାରେ ଜର୍ମାନୀର ବୈଜ୍ଞାନିକ ଫ୍ରାଙ୍କ୍‌ ଏବଂ ସ୍ୱିଜରଲ୍ୟାଣ୍ଡ୍‌ର ବୈଜ୍ଞାନିକ ଦୁବୋଚେ ସକ୍ଷମ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe