‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ ବଳପୂର୍ବକ ଚାନ୍ଦା ଆଦାୟ, ୩ କଂଗ୍ରେସ କର୍ମୀ ନିଲମ୍ବିତ

‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ ବଳପୂର୍ବକ ଚାନ୍ଦା ଆଦାୟ, ୩ କଂଗ୍ରେସ କର୍ମୀ ନିଲମ୍ବିତ

କୋଲାମ (କେରଳ) : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ୧୫୦ ଦିନିଆ ‘ଭାରତ ଯୋଡା ଯାତ୍ରା' ପାଇଁ ବଳପୂର୍ବକ ଚାନ୍ଦା ଆଦାୟ କରି ତିନି ଜଣ ଦଳୀୟ କର୍ମୀ ନିଲମ୍ବିତ ହୋଇଛନ୍ତି। କେରଳର କୋଲାମରେ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଏ ଅନୀଶ ଖାନଙ୍କ ନେତୃତ୍ବରେ ୫ ଜଣିଆ ଟିମ୍‌ ଚାନ୍ଦା ଆଦାୟ କରୁଥିଲେ। ଜଣେ ପରିବା ଦୋକାନୀ ଦାବି ମୁତାବକ ଚାନ୍ଦା ନଦେବାରୁ ତାଙ୍କୁ ସେମାନେ ଧମକ ଚମକ ଦେବା ସହ ତାଙ୍କ ପନିପରିବା ଫୋପାଡ଼ି ଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଂଗ୍ରେସ ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହୋଇଛି। ଏହାପରେ ୩ ଜଣ କର୍ମୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe