ଜମ୍ମୁ-କଶ୍ମୀରର ସୋପିଆଁରେ ଆତଙ୍କବାଦୀ ଆକ୍ରମଣରେ ୩ ପୁଲିସ୍‌ ସହିଦ, ପୁଲିସ୍‌ ରାଇଫଲ୍‌ ନେଇ ଆତଙ୍କବାଦୀ ଫେରାର୍‌

Advertisment
ଜମ୍ମୁ-କଶ୍ମୀରର ସୋପିଆଁରେ ଆତଙ୍କବାଦୀ ଆକ୍ରମଣରେ ୩ ପୁଲିସ୍‌ ସହିଦ, ପୁଲିସ୍‌ ରାଇଫଲ୍‌ ନେଇ ଆତଙ୍କବାଦୀ ଫେରାର୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୋପିଆଁଠାରେ ଆତଙ୍କବାଦୀ ଆକ୍ରମଣରେ ମଙ୍ଗଳବାର ୩ ଜଣ ପୁଲିସ୍‌ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି। ମୃତକମାନେ ହେଉଛନ୍ତି ସୋପର ଅଞ୍ଚଳର ମେହରାଜ, ସାଲବଗ୍‌ର ଅବଦୁଲ୍‌ ମଜିଦ୍‌ ଏବଂ ମିରହାମା ଅନନ୍ତନାଗର ହମିଦୁଲ୍‌ହା। ଆହତ ହୋଇଥିବା ପୁଲିସ୍‌କର୍ମୀଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କୁ ସେଠାରେ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ସ୍ଥିତିରେ ଥିବା ସୂଚନା ରହିଛି।

ଜିଏନ୍‌ଏସ୍‌ ପକ୍ଷରୁ ମିଳିଥିବା ରିପୋର୍ଟ ମୁତାବକ, ପୁଲିସ୍‌ମାନେ ସଂପୃକ୍ତ ଅଞ୍ଚଳର ସଂଖ୍ୟାଲଘୁ ସଂପ୍ରଦାୟକୁ ସୁରକ୍ଷା ପ୍ରଦାନ କରୁଥିଲେ। ମଙ୍ଗଳବାର ଅପରାହ୍ନରେ ଅଚାନକ ଆତଙ୍କବାଦୀମାନେ ସୋପିଆଁଠାରେ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ କରିଥିଲେ। ସେମାନେ ଆକ୍ରମଣ କରିବାରୁ ସେଠାରେ ନିୟୋଜିତ ହୋଇଥିବା ପୁଲିସ୍‌କର୍ମୀମାନେ ସେମାନଙ୍କୁ ସାମ୍ନା କରିବାକୁ ଆଗକୁ ଆସିଥିଲେ। ଫଳରେ ଆତଙ୍କବାଦୀଙ୍କ ଗୁଳିରେ ୩ ପୁଲିସ୍‌ ସେଠାରେ ଟଳି ପଡ଼ିଥିଲେ।

publive-image

ସୂଚନା ରହିଛି ଯେ, ଆକ୍ରମଣର କିଛି ସମୟ ମଧ୍ୟରେ ସେନା ଏବଂ ଏସ୍‌ଓଜିର ଏକ ମିଳିତ  ଦଳ ଆକ୍ରମଣକାରୀଙ୍କୁ ଧରିବା ପାଇଁ  ଅପରେସନ୍  ଅାରମ୍ଭ କରିଛନ୍ତି । ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁସାରେ, ଆତଙ୍କବାଦୀମାନେ ସହିଦ ହୋଇଥିବା ପୁଲିସ୍‌କର୍ମୀଙ୍କଠାରୁ ରାଇଫଲ୍‌ ନେଇ ସ୍ଥାନ ଛାଡ଼ି ପଳାଇ ଯାଇଛନ୍ତି। ଏହି ଘଟଣାର ତତନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe