ମଥୁରା: ଭୋର୍ରୁ ମଥୁରା ଜେଲର କଡ଼ା ସୁରକ୍ଷା ବଳୟ ଭାଙ୍ଗି ୩ ଜଣ ବିଚାରାଧୀନ କଏଦୀ ଫେରାର୍ ହୋଇଯାଇଛନ୍ତି। ଅନ୍ୟ ଜଣେ କଏଦୀର ଦୌଡ଼ିବା ସମୟରେ ଗୋଡ଼ ଭାଙ୍ଗିଯିବାରୁ ସେ ଧରାପଡ଼ିଯାଇଛି। ଅପରପକ୍ଷେ, କାର୍ଯ୍ୟରେ ଅବହେଳା ପାଇଁ ଉକ୍ତ ଜେଲ୍ର ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଫେରାର ହୋଇଥିବା ତିନିଜଣ ଯାକ କଏଦୀ ନାବାଳକ ଏବଂ ସେମାନଙ୍କର ଘର ଆଗ୍ରାରେ ବୋଲି ଜଣାପଡ଼ିଛି। ସେମାନେ ସମସ୍ତେ ଦାଦାଗିରି, ଡକାୟତି ଓ ଚୋରି ଆଦି ଘଟଣାରେ ସଂପୃକ୍ତ ଥିବା ବେଳେ ସେମାନଙ୍କ ପଳାୟନ ପଛରେ ଜେଲର କିଛି କର୍ମଚାରୀ ସଂପୃକ୍ତ ଥିବା ଆଶଙ୍କା କରାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us