ଅଚାନକ ବନ୍ୟାରେ ୩ ମୃତ, ୩୦ ନିଖୋଜ

ଅଚାନକ ବନ୍ୟାରେ ୩ ମୃତ, ୩୦ ନିଖୋଜ

msn.com

ବିଶାଖାପାଟନା : ଆନ୍ଧ୍ର ପ୍ରଦେଶର କଡପ୍ପା ଜିଲ୍ଲାରେ ଶୁକ୍ରବାର ଦିନ ଅଚାନକ ବନ୍ୟା ଆସିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଅଚାନକ ବନ୍ୟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଲୋକ ନିଖୋଜ ହୋଇଥିବା ଖବର ମିଳିଛି।

ସରକାରୀ ସୂତ୍ରରୁ ଜଣାପଡ଼ିଛି, ଚେୟେରୁ ଛୋଟି ନଦୀରେ ହଠାତ୍‌ ବନ୍ୟା ଆସିବାରୁ ନଦୀକୂଳରେ ଥିବା କିଛି ଗାଆଁରେ ବନ୍ୟାପାଣି ପଶିଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶିବ ମନ୍ଦିରରେ ପୂଜା କରୁଥିବା ଶ୍ରଦ୍ଧାଳୁ ବନ୍ୟାପାଣି ଘେରରେ ଫସି ରହିଥିଲେ। ରାଜମପେଟ ଅଞ୍ଚଳରେ କିଛି ଲୋକ ବନ୍ୟା ପାଣିରେ ଭାସି ଯାଇଥିଲେ। ନନ୍ଦଲୁରୁ ନିକଟରେ ୩ଟି ମୃତଦେହ ଜବତ ହୋଇଛି। ନିଖୋଜମାନଙ୍କୁ ଖୋଜା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe