ଫ୍ରିଜ କମ୍ପ୍ରେସର ଫାଟି ଗୋଟିଏ ପରିବାରର ୩ ମୃତ

Advertisment
ଫ୍ରିଜ କମ୍ପ୍ରେସର ଫାଟି ଗୋଟିଏ ପରିବାରର ୩ ମୃତ

mynation.com

ଚେନ୍ନାଇ : ଚେନ୍ନାଇର ଚେଙ୍ଗଲପଟ୍ଟୁ ଜିଲ୍ଲାରେ ଏକ ଫ୍ରିଜ୍‌ କମ୍ପ୍ରେସର ଫାଟି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ଗୁଡ଼ୁଭାନ୍‌ଚେରିର ଏକ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି। ପରିବାରର ସମସ୍ତେ ଶୋଇଥିବା ବେଳେ ଫ୍ରିଜ୍‌ କମ୍ପ୍ରେସର ଫାଟିଥିଲା। ବିଷାକ୍ତ ଗ୍ୟାସ୍‌ ଲିକ୍‌ ଯୋଗୁଁ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଶୁକ୍ରବାର ଭୋର ପ୍ରାୟ ୫ଟାରେ ପଡ଼ୋଶୀମାନେ ଆପାର୍ଟମେଣ୍ଟ୍‌‌ରେ ବିସ୍ଫୋରଣ ଶବ୍ଦ ଶୁଣି ବାହାରକୁ ଚାଲି ଆସିଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe