ଆମେରିକାରେ ଟ୍ରେନ୍‌ ଲାଇନଚ୍ୟୁତ, ୩ ମୃତ

Advertisment
ଆମେରିକାରେ ଟ୍ରେନ୍‌ ଲାଇନଚ୍ୟୁତ, ୩ ମୃତ

EWN

ୱାସିଂଟନ: ଆମେରିକାର ନଦର୍ଣ୍ଣ ମୋନଟାନାରେ ଆଜି ଅପରାହ୍ଣ ୪ଟା ବେଳେ ‌ଗୋଟିଏ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ସିକାଗୋରୁ ସିଆଟେଲକୁ ଟ୍ରେନଟି ଯାତ୍ରା କରୁଥିଲା। ସେଥିରେ ପାଖାପାଖି ୧୪୧ ଜଣ ଯାତ୍ରୀ ଓ ୧୬ ଜଣ କ୍ରିଉ ସଦସ୍ୟ ରହିଥିଲେ। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛି। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ତ‌େବେ ମୋନାଟାନାର ବିପର୍ଯ୍ୟୟ ଏବଂ ଜରୁରୀ ସେବା ସଂଯୋଜନ ଅମଣ୍ଡା ଫ୍ରିକେଲ କହିଛନ୍ତି ଆହତଙ୍କ ସଂଖ୍ୟା ୫୦ରୁ ଅଧିକ ହେବ। ଆହତମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମେଡିକାଲ ହେଲିକପ୍ଟରକୁ ମଧ୍ୟ ଷ୍ଟାଣ୍ଡବାଏ୍‌ରେ ରଖାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନଟି କାନାଡ଼ାର ସୀମା ନିକଟରେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe