News Nation
ସୋପିଆନ୍/ ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦର ୩ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଆଜି (ସୋମବାର) ସନ୍ଧ୍ୟାରେ ଜମ୍ମୁ- କଶ୍ମୀର ପୁଲିସ୍ ଗିରଫ କରିଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଲେ ଇଦ୍ରିସ୍ ଅହମ୍ମଦ ମୀର, ମୁଦାସିର ଅହମ୍ମଦ ଓ ସାହିଦ୍ ନାଜିର ଓ୍ଵାନି। ଏହି କୁଖ୍ୟାତ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ଓ୍ଵାରିପୋରା, କୁଲ୍ଗାମ୍ ଓ ସୋପିଆନ୍ରେ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଜମ୍ମୁ- କଶ୍ମୀର ପୁଲିସ୍ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଥିଲା।
ଏହି ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର ସୋପିଆନ୍ ଓ କୁଲଗାମ୍ ଜିଲ୍ଲାରେ ବିଭିନ୍ନ ଆତଙ୍କବାଦୀ ହାମ୍ଲା ଘଟାଇବା ଲକ୍ଷ୍ୟରେ ରହିଥିଲେ। ତେବେ, ଏମାନେ ଆତଙ୍କବାଦୀ ହାମ୍ଲା ଘଟାଇବା ପୂର୍ବରୁ ଗୁଇନ୍ଦା ବିଭାଗ ସୂତ୍ର ଆଧାରରେ ପୁଲିସ୍ ଏମାନଙ୍କୁ ଗିରଫ କରିବା ସହ ଏମାନଙ୍କ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ଏକାଧିକ ବନ୍ଧୁକ, ଗୁଳି ଓ ଗ୍ରେନେଡ୍କୁ ମଧ୍ୟ ଜବତ କରିଛି।
Follow Us