ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କରୋନା ଆକ୍ରାନ୍ତ ବୋଲି ‘ମିଥ୍ୟା’ ରିପୋର୍ଟ ଛାପିବା ମହଙ୍ଗା ପଡ଼ିଲା; ଗିରଫ ହେଲେ ସଂପାଦକଙ୍କ ସମେତ ୩ ସାମ୍ବାଦିକ

Advertisment
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କରୋନା ଆକ୍ରାନ୍ତ ବୋଲି ‘ମିଥ୍ୟା’ ରିପୋର୍ଟ ଛାପିବା ମହଙ୍ଗା ପଡ଼ିଲା; ଗିରଫ ହେଲେ ସଂପାଦକଙ୍କ ସମେତ ୩ ସାମ୍ବାଦିକ

News Munite

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) କରୋନା ବା କୋଭିଡ୍‌-୧୯ ଆକ୍ରାନ୍ତ ବୋଲି ଏକ ମିଥ୍ୟା ରିପୋର୍ଟ ଛାପିବା ଅଭିଯୋଗରେ ତେଲେଙ୍ଗାନା ପୁଲିସ୍‌ ୩ ଜଣ ସାମ୍ବାଦିକଙ୍କୁ ଗିରଫ କରିଛି। ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ତେଲୁଗୁ ଖବରକାଗଜ ‘ଆଧାର ହାଇଦ୍ରାବାଦ’ର ସଂପାଦକଙ୍କ ସମେତ ତିନିଜଣ ସାମ୍ବାଦିକଙ୍କୁ ହାଇଦ୍ରାବାଦର ଜୁବୁଲି ହିଲ୍‌ସ ପୁଲିସ ଏହି ‘ମିଥ୍ୟା’ ରିପୋର୍ଟକୁ ପ୍ରକାଶ ଓ ପ୍ରସାରଣ କରିଥିବା ଅଭିଯୋଗରେ ଗିରଫ କରିଛି।

ପ୍ରକାଶିତ ଏହି ‘ମିଥ୍ୟା’ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ କୋଭିଡ୍‌-୧୯ ପାଇଁ ହୋଇଥିବା ନମୁନା ପରୀକ୍ଷାରୁ ସେ ପଜିଟିଭ୍‌ ରୂପେ ଚିହ୍ନଟ ହୋଇଛନ୍ତି। ସେ ଏବେ କାଶ ରୋଗରେ ପୀଡ଼ିତ ଥିବା ସହ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ହେଲେ, ଏହି ପ୍ରକାଶିତ ରିପୋର୍ଟ ସଂପୂର୍ଣ୍ଣ ମିଥ୍ୟା ଥିଲା।

publive-image Firstpost

ତେବେ, ଏହି ‘ମିଥ୍ୟା’ ରିପୋର୍ଟ ପ୍ରସାରିତ ହୋଇଯିବା ପରେ ଏହାକୁ ନେଇ ସମଗ୍ର ତେଲେଙ୍ଗାନାରେ ହଇଚଇ ସୃଷ୍ଟି ହୋଇଥିଲା। ହେଲେ, ପ୍ରକାଶିତ ରିପୋର୍ଟଟି ‘ମିଥ୍ୟା’ ଥିବା ଜଣାପଡ଼ିବା ପରେ ରହମାଥନଗର ନିବାସୀ ମହମ୍ମଦ ଇଲିୟାସ ଏହି ‘ମିଥ୍ୟା’ ରିପୋର୍ଟ ବିରୋଧରେ ପୁଲିସ୍‌ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଏକ ମାମଲା ପଞ୍ଜିକୃତ କରିବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ ପରେ ଏହି ‘ମିଥ୍ୟା’ ଖବରକୁ ଛାପିବା ଓ ଏହାକୁ ପ୍ରସାରିତ କରିବା ଅଭିଯୋଗରେ ଷ୍ଟେସନ ହାଉସ ଥାନା ପୁଲିସ୍‌ ଅଭିଯୁକ୍ତ ତେଲୁଗୁ ଖବରକାଗଜ ‘ଆଧାର ହାଇଦ୍ରାବାଦ’ର ସଂପାଦକଙ୍କ ସମେତ ସାମ୍ବାଦିକ ଭି ସାଥିମ୍‌, ଉପ-ସମ୍ପାଦକ ଭି ଶିବ ଏବଂ ସାମ୍ବାଦିକ ଅନାମଚିନ୍ନି ଭେଙ୍କଟେଶ୍ୱର ରାଓଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe