Image Courtesy of TOI
ନୂଆଦିଲ୍ଲୀ: ଶନିବାର ଦିନ ବିହାରର ବେଗୁସରାଇ ଜିଲ୍ଲାରେ ଦଳାଚକଟା ଯୋଗୁଁ ତିନି ଜଣ ଲୋକ ନିହତ ହେବା ସହ ଅତି କମ୍ରେ ଅନ୍ୟ ୧୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବୁଡ଼ ପକାଇବାକୁ ବେଗୁସରାଇସ୍ଥିତ ଗଙ୍ଗା ନଦୀର ସିମାରିଆ ଘାଟକୁ ଲୋକମାନଙ୍କ ସୁଅ ଛୁଟିଥିବାବେଳେ ଅଘଟଣ ଘଟିଥିଲା।
ଗୁଜବ ପ୍ରସାରଣ ଯୋଗୁଁ ଦଳାଚକଟା ହୋଇଥିବା କଥା ଜିଲ୍ଲା ପୁଲିସ ଅଧିକାରୀମାନେ କହୁଛନ୍ତି।
ନିହତ ତିନି ମହିଳା ଏବଂ ସେମାନଙ୍କ ଶବଗୁଡ଼ିକୁ ଚିହ୍ନଟ କରାଯିବାକୁ ଉଦ୍ୟମ ଚାଲିଛି ବୋଲି କର୍ତ୍ତୃପକ୍ଷମାନେ ନିଶ୍ଚିତ କରିଛନ୍ତି। ଡାକ୍ତରୀ ଚିକିତ୍ସା ପାଇଁ ଆହତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି।
Follow Us