ଉତ୍ତର କଶ୍ମୀର ଏନ୍‌କାଉଣ୍ଟର୍‌ରେ ତିନି ପାକିସ୍ତାନୀ ଲକ୍ସର୍‌-ଏ-ତୈବା ଆତଙ୍କବାଦୀ ନିହତ: ପୁଲିସ

Advertisment
ଉତ୍ତର କଶ୍ମୀର ଏନ୍‌କାଉଣ୍ଟର୍‌ରେ ତିନି ପାକିସ୍ତାନୀ ଲକ୍ସର୍‌-ଏ-ତୈବା ଆତଙ୍କବାଦୀ ନିହତ: ପୁଲିସ

Image Courtesy of HT

ଶ୍ରୀନଗର: ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ ବେଳେ ମଙ୍ଗଳବାର ଦିନ ଉତ୍ତର କଶ୍ମୀରର ହଣ୍ଡଓ୍ଵାରା ଅନ୍ତର୍ଗତ ଉଚାର୍‌ ଅଞ୍ଚଳରେ ତିନି ଜଣ ଲକ୍ସର୍‌-ଏ-ତୈବା ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ସମସ୍ତେ ପାକିସ୍ତାନୀ ନାଗରିକ ବୋଲି ପୁଲିସ କହିଛି।

ଘଟଣାକୁ ଟୁଇଟ୍‌ କରି ପୁଲିସ ମହାନିର୍ଦେଶକ ଏସ୍‌ପି ବୈଦ୍‌ ନିଶ୍ଚିତ କରାଇଛନ୍ତି: ଉତ୍ତର କଶ୍ମୀରସ୍ଥିତ ହଣ୍ଡଓ୍ଵାରା ଅନ୍ତର୍ଗତ ମାଗାମ୍‌ଠାରେ ଲକ୍ସ୍‍ର-ଏ-ତୈବା ଆତଙ୍କବାଦୀ, ସମସ୍ତେ ପାକିସ୍ତାନୀ ନାଗରିକ,ଙ୍କୁ ନିହତ କରାଯାଇଛି। ଚମତ୍କାର କାର୍ଯ୍ୟ।

ଅଧିକାରୀମାନଙ୍କ କହିବାନୁସାରେ, ସୋମବାର ବିଳମ୍ବିତ ରାତ୍ରୀରେ ଭାରତୀୟ ସେନା ଏବଂ ଜମ୍ମୁ ଓ କଶ୍ମୀର ପୁଲିସଙ୍କର ମିଳିତ ଅଭିଯାନ ଆରମ୍ଭ ହୋଇଥିଲା।

ଆତଙ୍କବାଦୀମାନଙ୍କର ଉପସ୍ଥିତିର ସୂଚନା ଆଧାରରେ କର୍ଡନ୍‌ ଏବଂ ସର୍ଚ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରତ୍ୟୁଷରେ ଆତଙ୍କବାଦୀମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରାଯାଇଥିବା କଥା ଜଣେ ଅଧିକାରୀ କହନ୍ତି।

ସେ ଯାହାହେଉ, ଶ୍ରୀନଗରଠାରେ ଆର୍ମିର ଚିନାର କର୍ପ ମାତ୍ର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ନିଶ୍ଚିତ କରିଛି।

ଅଭିଯାନ ଚାଲିଥିବା କଥା ସେନାର ଜଣେ ମୁଖପାତ୍ର କହିଛନ୍ତି।

ଆତଙ୍କବାଦୀମାନଙ୍କର ପରିଚୟ ମିଳି ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe