ବିହାରରେ ନିରାପତ୍ତା ବଳଙ୍କ ସହ ବିଳମ୍ବିତ ରାତ୍ରୀରେ ଗୁଳିବିନିମୟ କରି ତିନି ମାଓବାଦୀ ନିହତ

Advertisment
ସ୍ୱାଭିମାନ ଅଞ୍ଚଳରେ ପୁଲିସ-ମାଓବାଦୀ ଗୁଳି ବିନିମୟ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Image Courtesy of NDTV

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତ୍ରୀରେ ବିହାରର ଗୟା ଜିଲ୍ଲାର ବାରାଚଟ୍ଟୀ ଅରଣ୍ୟ ଅଞ୍ଚଳରେ ତଲାସ ଅଭିଯାନ ଚାଲିଥିବା ବେଳେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ତିନିଜଣ ମାଓବାଦୀ ନିହତ ହୋଇଛନ୍ତି। ରାତି ପ୍ରାୟ ୧୨.୩୦ରେ ସମ୍ପୃକ୍ତ ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା।

ଗୁଳି ବିନିମୟ ହୋଇଥିବା ସ୍ଥାନରୁ ମାଓବାଦୀ ଜୋନାଲ୍‌ କମାଣ୍ଡର୍‌ ଆଲୋକ ଯାଦବଙ୍କ ସମେତ ନିହତ ମାଓବାଦୀଙ୍କ ଶବ ଉଦ୍ଧାର କରାଯାଇଛି। ଯାଦବଙ୍କ ନାମରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

publive-image Image Courtesy of India Today

‘୨୦୫ କୋବ୍ରା’ ଯବାନ ଏବଂ ବିହାର ପୁଲିସ ଚଳାଇଥିବା ଏହି ଅଭିଯାନରେ ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ୍‌ ଏବଂ ଗୋଟିଏ ‘ଆଇଏନ୍‌ଏସ୍‌ଏଏସ୍‌’ ରାଇଫଲ୍‌ ଉଦ୍ଧାର କରାଯାଇଛି।

ଏହି ଗୁଳି ବିନିମୟ ଯୋଗୁଁ ଆହତ ହୋଇଥିବା ଅନ୍ୟ ଚାରିଜଣଙ୍କୁ ଗୟାସ୍ଥିତ ଅନୁଗଡ଼ ନାରାୟଣ ମଗଧ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି।

‘କୋବ୍ରା’ ବା ‘କମାଣ୍ଡୋ ବାଟାଲିୟନ୍‌ ଫର୍‌ ରିସୋଲ୍ୟୁଟ୍‌ ଆକ୍‌ସନ୍‌’ ହେଉଛି ଜଙ୍ଗଲ ଯୁଦ୍ଧାଭିଯାନ ନିମନ୍ତେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ସ୍ୱତନ୍ତ୍ର ୟୁନିଟ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe