ଆର୍ଥିକ ସଙ୍କଟ ପାଇଁ ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା

Advertisment
କାଜୁ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର; ଗୋଟାଏ ଗାମୁଛାରେ ଝୁଲିଥିଲା ୨ଟି ଶରୀର

The Hans India

ଗୁରୁଗ୍ରାମ: କରୋନା ଏବଂ ଲକ୍‌ଡାଉନ୍‌ ପାଇଁ ଦେଶରେ ଅନେକ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି। ଅନେକ ଲୋକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ବେରୋଜଗାର ଏବଂ ଆର୍ଥିକ ସଙ୍କଟ ପାଇଁ ଲଗାତାର ଦେଶରେ ଆତ୍ମହତ୍ୟା ମଧ୍ୟ ବୃଦ୍ଧି ପାଉଛି। ଏଭଳି ଏକ ସମୟ‌ରେ ଗୁରୁଗ୍ରାମରୁ ଏକ ଦୁଃଖଦ ଖବର ଆସିଛି। ଗୋଟିଏ ପରିବାରରୁ ୩ ଜଣ ଆର୍ଥିକ ସଙ୍କଟ ପାଇଁ ଆତ୍ମହତ୍ୟା କରିଦେଇଛନ୍ତି। ମାତ୍ର ୧୦ ଦିନରେ ବାପା ମା’ ଏବଂ ଝିଅ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ୫୧ ବର୍ଷୀୟ ଟାକ୍ସ କନସଲଟାଣ୍ଟ୍‌ ହରି ସେଟ୍ଟୀ ଗତ ଜୁଲାଇ ୬ ତାରିଖରେ ଏକ ‌ହୋଟେଲ୍‌ରେ ଆତ୍ମହତ୍ୟା କରିଦେଇଥିଲେ। ଏହା ପରଦିନ ତାଙ୍କର ପତ୍ନୀ ବୀଣା ଏବଂ ଝିଅ ୟାଶିକା ମଧ୍ୟ ଆତ୍ମହତ୍ୟା କରିଦେଲେ।

ବୀଣା ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ଝିଅ ୟାଶିକା ଏମବିଏ କରୁ୍‌ଥିଲେ। ଋଣ ଚାପରେ ସେମାନେ ଆତ୍ମହତ୍ୟା କରି ଦେଇଥିବା ପ୍ରା‌ଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ କହୁଛି, ଉଭୟ ହରି ଏବଂ ତାଙ୍କ ପତ୍ନୀ ଗତବର୍ଷ ଲକ୍‌ଡାଉନ୍‌ ଯୋଗୁଁ ଚାକିରି ହରାଇଦେଇଥିଲେ। ତେବେ ପରିବାର ଚଳାଇବା ପାଇଁ ସେମାନେ ସେମାନଙ୍କ ସଞ୍ଚୟ ବ୍ୟବହାର କରିଥିଲେ। କିନ୍ତୁ ସଞ୍ଚୟ ସରିଯିବାପରେ ସେମାନେ ସାଧାରଣ ଖର୍ଚ୍ଚ ମଧ୍ୟ ଉଠାଇ ପାରିଲେନି। ବ୍ୟାଙ୍କ୍‌ ଇଏମ୍ଆଇ ଦେଇପାରିଲେନି। ଫଳରେ ଅତ୍ୟଧିକ ଚାପରେ ସେମାନେ ଆତ୍ମହତ୍ୟା କରିନେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେମାନେ ପୃଥକ୍‌ ଭାବେ ୩ଟି ଚିଠି ଲେଖିଛନ୍ତି। ସରକାର ସେମାନଙ୍କ ଋଣ ପରିଶୋଧ କରି ସେମାନଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଏହି ଚିଠିରେ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe