ଜମ୍ମୁ ଓ କଶ୍ମୀର: ଶୋପିଆଁ ଏନ୍‌କାଉଣ୍ଟର୍‌ରେ ତିନି ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀର: ଶୋପିଆଁ ଏନ୍‌କାଉଣ୍ଟର୍‌ରେ ତିନି ଆତଙ୍କବାଦୀ ନିହତ

Image Source: India Today

ଶ୍ରୀନଗର: ସୋମବାର ସକାଳେ ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ଓ୍ଵାଚି ଗ୍ରାମରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଆତ୍ମଗୋପନ କରିଥିବା ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଭାରତୀୟ ସେନାବହିନୀର ୫୫ ରାଷ୍ଟ୍ରୀୟ ରାଇଫଲ୍‌ ଏବଂ ଜମ୍ମୁ ଓ କଶ୍ମୀର ପୁଲିସର ସ୍ପେସାଲ୍‌ ଗ୍ରୁପ୍‌ର ଏକ ମିଳିତ ଦଳ ସୋମବାର ପ୍ରତ୍ୟୁଷରେ ଓ୍ଵାଚି ଗ୍ରାମକୁ କର୍ଡନ୍‌ କରିଥିଲେ। ସେ ଅଞ୍ଚଳରେ ଦୁଇ ତିନିଜଣ ଆତଙ୍କବାଦୀ ଆତ୍ମଗୋପନ କରିଛନ୍ତି ବୋଲି ସେମାନଙ୍କୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା।
ହିଜ୍‌ବୁଲ୍‌ ମୁଜାହିଦୀନ୍‌ ଗୋଷ୍ଠୀର ଏହି ଆତଙ୍କବାଦୀମାନେ ଅନେକ ଆତଙ୍କ ଅପରାଧରେ ସମ୍ପୃକ୍ତ ଥିଲେ।

publive-image Image Source: The Hindu

ଏନ୍‌କାଉଣ୍ଟର୍‌ରେ ନିହତ ହୋଇଥିବା ଅନ୍ୟତମ ଆତଙ୍କବାଦୀ ହେଉଛି ଜୈନ୍‌ପୋରା ଗ୍ରାମର ଆଦିଲ୍‌ ଶେଖ୍‌। ସେ ୨୦୧୮ ମସିହା ସେପ୍ଟେମ୍ବର ୨୯ ତାରିଖ ଦିନ ଶ୍ରୀନଗର ଅନ୍ତର୍ଗତ ଜବାହର ନଗରବାସୀ ପୂର୍ବତନ ପିଡିପି ବିଧାୟକ ଅଜାଜ୍‌ ମିର୍‌ଙ୍କ ବାସଭବନରୁ ଆଠଟି ଅସ୍ତ୍ର ଲୁଟ୍‌ କରିଥିଲେ।

ଆଜିର ଏନ୍‌କାଉଣ୍ଟର୍‌ରେ ନିହତ ଆଉ ଜଣେ ଆତଙ୍କବାଦୀ ହେଉଛି ଓ୍ଵାସିମ୍‌ ଓ୍ଵାନି। ତାଙ୍କ ଘର ଶୋପିଆଁ ଜିଲ୍ଲାର ଉରପୋରା ଗ୍ରାମରେ। ତୃତୀୟ ଆତଙ୍କବାଦୀର ପରିଚୟ ମଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe