Times of India
ନୂଆଦିଲ୍ଲୀ : ଏକ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ଗୁରୁବାର ଭୋପାଳର ବୈରାଗଡ଼ ସ୍ଥିତ ମିଲିଟାରି ଇଞ୍ଜିନିୟର ସର୍ଭିସେସ୍ (ଏମ୍ଇଏସ୍)ର ତିନିଜଣ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଏମ୍ଇଏସ୍ ଅଧିକାରୀମାନେ ହେଲେ ସହକାରୀ ଯନ୍ତ୍ରୀ ଗେରିସନ ଜନ୍ କେନେଡି, ଆର୍ ଏସ୍ ଯାଦବ ଏବଂ କନିଷ୍ଠ ପ୍ରଶାସନିକ ସହାୟକ ଅରୁଣ ସିଂ। ସେମାନେ ଏକ ଠିକା କାମ ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଗ୍ରହଣ କରୁଥିବାବେଳେ ସଂପୃକ୍ତ ଅଧିକାରୀଙ୍କୁ ସିବିଆଇ ଧରିଥିଲା। କାର୍ଯ୍ୟାଳୟରେ ଚଢ଼ଉରୁ ଏ ବାବଦ କେତେକ ଦସ୍ତାବିଜ ମଧ୍ୟ ଜବତ ହୋଇଛି।
Follow Us