ଗୁରୁଗ୍ରାମ: ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଗୁଳିଚାଳନା ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ଗୁରୁଗ୍ରାମରେ ଥିବା ଏଲଭିଶଙ୍କ ଘର ଉପରକୁ ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରାଯାଇଛି। ଘଟଣା ପରେ ପୁଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।
ଏଲଭିଶ ତାଙ୍କ ପରିବାର ସହିତ ଗୁରୁଗ୍ରାମର ସେକ୍ଟର ୫୭ରେ ରୁହନ୍ତି। ଯେତେବେଳେ ଏହି ଗୁଳିକାଣ୍ଡ ଘଟିଥିଲା ସେତେବେଳେ ଏଲଭିଶ ଘରେ ଉପସ୍ଥିତ ନଥିଲେ। ଘଟଣା ଭୋ୍ର ସମୟରେ ଘଟିଥିବା କୁହାଯାଉଛି।
ଗୁଳିକାଣ୍ଡ ସମୟରେ ଘରେ କେବଳ ଏଲଭିଶଙ୍କ ମାଆ ଏବଂ କେୟାରଟେକର ଉପସ୍ଥିତ ଥିଲେ। ଏଲଭିଶ ବର୍ତ୍ତମାନ ବିଦେଶରେ ଅଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ କେହି ଆହତ ହୋଇଥିବା ଖବର ନାହିଁ। ତଥାପି, ଏହି ଘଟଣା ଏଲଭିଶଙ୍କ ପରିବାରକୁ ଭୟଭୀତ କରିଛି। ପୁଲିସ ମାମଲା ନେଇ କୌଣସି ବିବୃତ୍ତି ଜାରି କରିନାହିଁ କିମ୍ବା ଏଲଭିଶ କିମ୍ବା ତାଙ୍କ ପରିବାର ପକ୍ଷରୁ ମଧ୍ୟ କିଛି କୁହାଯାଇନାହିଁ।
ଗୁରୁଗ୍ରାମ ପୁଲିସ ପିଆରଓ ସନ୍ଦୀପ କୁମାର କହିଛନ୍ତି ଯେ, ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏଲଭିଶ ଯାଦବଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ଘଟଣାଟି ସକାଳ ପ୍ରାୟ ସାଢ଼େ ୫ଟାରେ ଘଟିଥିଲା। ଏଥିରେ ଏକ ଡଜନରୁ ଅଧିକ ଗୁଳି ଚାଳନା କରାଯାଇଥିଲା।
ଅଧିକ ପଢ଼ନ୍ତୁ:ଜମ୍ମୁର କାଠୁଆରେ ବାଦଲ ଫଟା ବର୍ଷା: ୪ ମୃତ, ୬ ଆହତ
ଏଲଭିଶଙ୍କ ବାପା ଦାବି କରିଛନ୍ତି ଯେ, ପ୍ରାୟ ୨୫ ରୁ ୩୦ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଅନ୍ୟପକ୍ଷରେ, ପୁଲିସ କହୁଛି, ୧୦-୧୨ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଗୁରୁଗ୍ରାମ ପୁଲିସ ଅନୁଯାୟୀ, ଏହି ଗୁଳିକାଣ୍ଡ ଘଟଣା ଭୋର୍ ପ୍ରାୟ ସାଢ଼େ ୫ଟା ସମୟରେ ଘଟିଥିଲା। ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସିଥିଲେ, ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁଳି ଚଳାଇଥିଲେ। ଗୁଳିକାଣ୍ଡ ଘରର ତଳ ଏବଂ ପ୍ରଥମ ମହଲାରେ ହୋଇଥିଲା। ଏଲଭିଶ ଘରର ଦ୍ୱିତୀୟ ଏବଂ ତୃତୀୟ ମହଲାରେ ରୁହନ୍ତି। ଗୁଳିକାଣ୍ଡ ସମୟରେ, କେୟାରଟେକର ଏବଂ ପରିବାର ସଦସ୍ୟ ଘରେ ଉପସ୍ଥିତ ଥିଲେ।
ଏଲଭିଶ ଯାଦବଙ୍କ ଘର ଉପରେ ଆକ୍ରମଣ କରିଥିବା ତିନି ଜଣ ଦୁର୍ବୃତ୍ତ କେଉଁଠାରୁ ଆସିଥିଲେ ସେ ବିଷୟରେ ପୁଲିସ ତଦନ୍ତ କରୁଛି। ପରିବାର ପକ୍ଷରୁ କୌଣସି ପ୍ରକାରର ଧମକ ବିଷୟରେ କିଛି ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଏହି ଘଟଣା ସମ୍ପର୍କରେ ଏଲଭିଶ ଯାଦବ କିମ୍ବା ତାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ପୁଲିସ ଥାନାରେ କୌଣସି ଅଭିଯୋଗ ଦାଖଲ କରାଯାଇ ନଥିବା ସୂଚନା ମଧ୍ୟ ମିଳିଛି।
ଅଧିକ ପଢ଼ନ୍ତୁ:ଟାଙ୍ଗରମୁଣ୍ଡାରେ ବାଇକ୍ ଦୁର୍ଘଟଣା, ଚାଲିଗଲା ଯୁବକଙ୍କ ଜୀବନ
youtuber-elvish-yadav