ଆଉ ତିନିମାସ ବଢ଼ିଲା ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଅବଧି

Advertisment
ଆଉ ତିନିମାସ ବଢ଼ିଲା ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଅବଧି

The New Indian Express

ନୂଆଦିଲ୍ଲୀ : ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆଉ ତିନିମାସ ପାଇଁ ବୃଦ୍ଧି କରାଯାଇଛି। ଡିସେମ୍ବର ୧୦, ୨୦୨୧ରୁ ତିନିମାସ ଯାଏ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ଅବଧିକୁ ବୃଦ୍ଧି କରାଯାଇଥିବା ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଗେଜେଟ ନୋଟିଫିକେସନ ଜାରି କରାଯାଇଛି।

ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ଦ୍ବାରା ଗତବର୍ଷ ଜୁନ ୨୧ରେ ଯେଉଁ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯାଇଥିଲା, ତାହା କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ରହିଛି। ଏଥିସହିତ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ରାୟ ବିରୋଧରେ ଓଡିଶା ଦ୍ବାରା ଦାଖଲ କରାଯାଇଥିବା ତିନୋଟି ଏସ୍ଏଲ୍ପି- ୮୦୩୦/୨୦୧୮, ୨୭୯୩୦/୨୦୧୯ ଓ ୧୫୧୪୩/୨୦୨୧ ମଧ୍ୟ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଅପରପକ୍ଷେ, ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନର ଧାରା ୧୨ ଅନ୍ତର୍ଗତ ଟ୍ରିବ୍ୟୁନାଲ ଭଙ୍ଗ ହୋଇନାହିଁ। ଉପରୋକ୍ତ ତିନୋଟି କାରଣରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଟ୍ରିବ୍ୟୁନାଲ ଅବଧିକୁ ତିନିମାସ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୩, ୨୦୧୭ର ଚୂଡ଼ାନ୍ତ ରାୟ ଉପରେ ଯେଉଁ ସ୍ପଷ୍ଟୀକରଣ ଆବେଦନ କରାଯାଇଥିଲା ଗତବର୍ଷ ଜୁନ ୨୧ରେ ଟ୍ରିବ୍ୟୁନାଲ ତାହାର ରାୟ ପ୍ରକାଶ କରିଥିଲେ। ଏହାପରେ ଟ୍ରିବ୍ୟୁନାଲ କେନ୍ଦ୍ର ସରକାରଙ୍କ ନିକଟରେ ରାୟ ସଂପର୍କିତ ରିପୋର୍ଟ ଦାଖଲ କରିଥିଲେ। ଓଡିଶା ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ ତିନୋଟି ଏସ୍ଏଲ୍‌ପି ବିଚାରାଧୀନ ଥିବା ତଥା ଆଇନଗତ ସମସ୍ୟା ଯୋଗୁଁ କେନ୍ଦ୍ର ସରକାରଙ୍କ ଦ୍ବାରା ଟ୍ରିବ୍ୟୁନାଲଙ୍କ ରାୟ କାର୍ଯ୍ୟକ୍ଷମ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ନ ଥିଲା। ଓଡ଼ିଶା ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ତିନୋଟି ଏସ୍ଏଲ୍‌ପି ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବାରୁ ଡିସେମ୍ବର ୧୦, ୨୦୨୧ ପରଠାରୁ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ପାଇଁ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ଦ୍ବାରା କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟକୁ ପତ୍ର ଲେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe