ଇସ୍ତଫା ଦେଲେ କଂଗ୍ରେସର ଆଉ ୩ଜଣ ନେତା, ଆଜାଦଙ୍କ ପରେ ଆରମ୍ଭ ହୋଇଛି ଇସ୍ତଫା ପର୍ବ

Advertisment
ଇସ୍ତଫା ଦେଲେ କଂଗ୍ରେସର ଆଉ ୩ଜଣ ନେତା, ଆଜାଦଙ୍କ ପରେ ଆରମ୍ଭ ହୋଇଛି ଇସ୍ତଫା ପର୍ବ

timesofindia

ନୂଆଦିଲ୍ଲୀ: ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରଠାରୁ ଦଳରେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। ସୋମବାର ଦିନ କଂଗ୍ରେସର ଆଉ ତିନିଜଣ ନେତା ଦଳ ଛାଡିଛନ୍ତି। ପୂର୍ବତନ ଉପବାଚସ୍ପତି ଗୁଲାମ ହାଇଦର ମଲିକଙ୍କ ସମେତ ତିନିଜଣ କଂଗ୍ରେସ ନେତା ଆଜାଦଙ୍କୁ ସମର୍ଥନ କରି ଦଳରୁ ଇସ୍ତଫା ଦେଉଥିବା କହିଛନ୍ତି। ଏହା ପୂର୍ବରୁ ଆଜାଦଙ୍କ ଇସ୍ତଫାକୁ ସମର୍ଥନ କରି ଏବେ କଂଗ୍ରେସର ୬ଜଣ ପୂର୍ବତନ ବିଧାୟକ ଇସ୍ତଫା ଦେଇଥିଲେ।

ଆଜାଦ ଗତ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତା ଏବଂ ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେଇ ସେ ଅଭିଯୋଗ କରିଥିଲେ ଯେ ଆଭ୍ୟନ୍ତରୀଣ ନିର୍ବାଚନ ନାଁରେ କଂଗ୍ରେସ ନେତୃତ୍ୱ ଧୋକା ଦେଉଛନ୍ତି। ଆଜି ରାହୁଲ୍‌ ଗାନ୍ଧୀ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ ବୋଲି କହିଛନ୍ତି ଆଜାଦ।

ସେ କହିଛନ୍ତି, ସତ କହିବାକୁ ଗଲେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷା ଥିବା ବେଳେ ବରିଷ୍ଠ ନେତାମାନଙ୍କର ପରାମର୍ଶ ନେଉଥିଲେ। ସେମାନଙ୍କ ସୁପାରିସ ଗ୍ରହଣ କରିବା ସହ ସେ ସେମାନଙ୍କ ଉପରେ ନିର୍ଭର କରୁଥିଲେ। ସେ ମତେ ମଧ୍ୟ ୮ଟି ରାଜ୍ୟର ଦାୟିତ୍ବ ଦେଇଥିଲେ। ସେଥିରୁ ମୁଁ ୭ଟିରେ ବିଜୟୀ ହୋଇଥିଲି। ମୋ କାମରେ ସେ ହସ୍ତକ୍ଷେପ କରି ନ ଥିଲେ। କିନ୍ତୁ, ରାହୁଲ୍‌ ଗାନ୍ଧୀ ଆସିବା ପରେ ୨୦୦୪ଠାରୁ ସୋନିଆ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ହେଲେ। କିନ୍ତୁ, ରାଜନୀତି ପାଇଁ ରାହୁଲ୍‌ଙ୍କର ସ୍ବଭାବଗତ ଦକ୍ଷତା ନ ଥିଲା। ତେଣୁ, ସମସ୍ତେ ରାହୁଲ୍‌ଙ୍କୁ ସହଯୋଗ କରନ୍ତୁ ବୋଲି ସୋନିଆ ଚାହୁଁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe