୩ ନକ୍ସଲଙ୍କ ଆତ୍ମସମର୍ପଣ

ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ନୂଆ ବର୍ଷରେ ୩ ଜଣ ଆତ୍ମସମର୍ପଣ କରିଛନ୍ତି। ଏକ ବଡ ସଫଳତା ସୁକମା ପୁଲିସକୁ ମିଳିଥିବା କୁହାଯାଇଛି। ଛତିଶଗଡ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଏହି ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା କହିଛନ୍ତି।

Three naxals surrender

Three naxals surrender Photograph: (Sambad )

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ନୂଆ ବର୍ଷରେ ୩ ଜଣ ଆତ୍ମସମର୍ପଣ କରିଛନ୍ତି। ଏକ ବଡ ସଫଳତା ସୁକମା ପୁଲିସକୁ ମିଳିଥିବା କୁହାଯାଇଛି। ଛତିଶଗଡ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଏହି ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା କହିଛନ୍ତି। ଏଥିସହ ଲଗାତାର ନକ୍ସଲ ପ୍ରବଣ ଅଂଚଳରେ ସୁରକ୍ଷା କ୍ୟାମ୍ପ ପ୍ରତିଷ୍ଠା ଏବଂ ଘନ ଘନ ଚଢାଉରେ ନକ୍ସଲ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇଯାଇଛନ୍ତି। ପୁଣି ସଂଗଠନରେ ପୂର୍ବ ପରି କୌଣସି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାର୍ଯ୍ୟ କରାଯାଉ ନାହିଁ।

ନିରୀହ ଲୋକଙ୍କୁ ପୁଲିସ ଇନଫର୍ମର ସଂଦେହରେ ହତ୍ୟା କରାଯାଉଛି। ଏହି ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ସ୍ଥାନୀୟ ଅଂଚଳରେ ଅବସ୍ଥାପିତ ସିଆରପିଏଫ ଯବାନଙ୍କର ହାତ ରହିଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଜନତାନା ସରକାର ଅଧ୍ୟକ୍ଷ ମଡକମ ଜଗା(୩୭),ମିଲିସିଆ ଇନ୍ ଚିଫ ମାଡବୀ ହିଡମା(୨୭) ଏବଂ ସିଏନଏମ ଅଧ୍ୟକ୍ଷ ସଲବମ ଦେବା(୩୫)।

ସୁକମା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି,ସିଆରପିଏଫ କମାଣ୍ଡାଣ୍ଟ ପ୍ରମୁଖଙ୍କ ସମ୍ମୁଖରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe