ପୁଣି ନକ୍ସଲ ହିଂସା: ୩ ଜଣ ଗ୍ରାମବାସୀକୁ ହତ୍ୟା କଲେ ନକ୍ସଲ

Advertisment

ସୀମାନ୍ତରେ ନକ୍ସଲ ପୁଣି ମାତିଲେଣି। ଛତିଶଗଡରେ ନକ୍ସଲ ହିଂସା ଥମିବାର ନାମ ନେଉ ନାହିଁ। ଗତ ଦୁଇ ଦିନ ଭିତରେ ନକ୍ସଲ ୩ ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେଣି। ସୁରକ୍ଷା ବାହିନୀକୁ ନକ୍ସଲମାନେ ଖାତିର କରୁନାହାନ୍ତି।

ସୀମାନ୍ତରେ ନକ୍ସଲ ପୁଣି ମାତିଲେଣି। ଛତିଶଗଡରେ ନକ୍ସଲ ହିଂସା ଥମିବାର ନାମ ନେଉ ନାହିଁ। ଗତ ଦୁଇ ଦିନ ଭିତରେ ନକ୍ସଲ ୩ ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେଣି। ସୁରକ୍ଷା ବାହିନୀକୁ ନକ୍ସଲମାନେ ଖାତିର କରୁନାହାନ୍ତି।

Three person killed by naxal in Chhattisgarh

Three person killed by naxal in Chhattisgarh Photograph: (Sambad )

ମାଲକାନଗିରି: ସୀମାନ୍ତ ଛତିଶଗଡରେ ନକ୍ସଲ ହିଂସା ଥମିବାର ନାମ ନେଉ ନାହିଁ। ଗତ ଦୁଇ ଦିନ ଭିତରେ ନକ୍ସଲ ୩ ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେଣି। ବିଜାପୁର ଜିଲ୍ଲାର ରେଡ୍ଡି ଗ୍ରାମ ନିକଟସ୍ଥ ଗୁନ୍ନାପାରା ସାପ୍ତାହିକ ହାଟରେ ଗତକାଲି କୁକୁଡ଼ା ଗାଲି ଚାଲୁଥିବା ବେଳେ କାମକାନାର ଗ୍ରାମର ମୁକେଶ ହେମଲା(୨୪) ମଧ୍ୟ ଏହାର ମଜା ନେଉଥିଲା। ତେବେ ହଠାତ କିଛି ଅଜଣା ବ୍ୟକ୍ତି ବନ୍ଧୁକ ଧରି ମୁକେଶକୁ ଜବରଦସ୍ତ ଅପହରଣ କରିବାକୁ ଚେଷ୍ଟା କଲେ।

ଏହି ଖବର ପଢ଼ନ୍ତୁ: ଶିକ୍ଷା ନିୟମରେ ବଡ଼ ପରିବର୍ତ୍ତନ: ଫେଲ୍ ହୋଇଥିବା ୫ମ-୮ମ ପିଲା ପାସ୍ ହେବେ ନାହିଁ

ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିଥିଲେ। ନକ୍ସଲ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକାଇବା ପରେ ସେମାନେ ଚୁପ ରହିଥିଲେ। ପରେ ନକ୍ସଲ ମୁକେଶକୁ ଜଂଗଲକୁ ନେଇ ବିଳମ୍ବିତ ରାତିରେ ହତ୍ୟା କରି ଗୁନ୍ନାପାରା ଏବଂ କାମକାନାର ଗ୍ରାମ ମଧ୍ୟ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ। ଏଥିସହ ଶବ ନିକଟରେ ଏକ ପୋଷ୍ଟର ମଧ୍ୟ ଛାଡ଼ିକି ଚାଲିଯାଇଥିଲେ। ଏହି ଘଟଣାକୁ ଗାଙ୍ଗଲୁର କମିଟି ନିଜକୁ ଦାୟୀ କରିଛି। 

ଏହି ଖବର ପଢ଼ନ୍ତୁ: ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେଡି ଟିମ୍; ଆଣିଲେ ଏମିତି ଅଭିଯୋଗ

ସେହିପରି କୋରଚଲି ଗ୍ରାମରେ ନକ୍ସଲ ପହଞ୍ଚି ପ୍ରଜାକୋର୍ଟ ବସାଇଥିଲେ। ଏହି ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ ଇନଫର୍ମର ବୋଲି ଘୋଷଣା କରିଥିଲେ। ସେମାନଙ୍କୁ ଗ୍ରାମବାସୀଙ୍କ ସମ୍ମୁଖରେ ନିର୍ଦ୍ଧୁମ ପିଟିଥିଲେ। ପରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ପରେ ନକ୍ସଲ ସେଠାରୁ ଚାଲିଯାଇଥିଲେ। ଗ୍ରାମବାସୀ ଏନେଇ ପୁଲିସକୁ ଖବର କିମ୍ବା କୌଣସି ସୂଚନା ଦେଇନଥିଲେ। ଦୁଇ ଗ୍ରାମବାସୀଙ୍କ ଶବକୁ ସତ୍କାର କରିବା ପରେ ପୁଲିସ ଖବର ପାଇ ଗ୍ରାମବାସୀଙ୍କୁ ପଚରାଉଚରା କରୁଛି। ଦୁଇଟି ଘଟଣାରେ ପୁଲିସ ତଦନ୍ତ କରୁଥିବା ଗାଙ୍ଗଲୁର ପୁଲିସ କହିଛି। 

ଏହି ଖବର ପଢ଼ନ୍ତୁ: କନିଷ୍ଠ ଶିକ୍ଷକ ପଦବି ପୂରଣ ପ୍ରସଙ୍ଗ: ୨ୟ ତାଲିକା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ତେବେ ପୁଲିସ ଉପରେ ନକ୍ସଲ ଆକ୍ରମଣ କିମ୍ବା କୌଣସି ତାଂକ ପ୍ରତି କୌଣସି ହିଂସା ଘଟାଇ ପାରୁନଥିବା ବେଳେ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରି ତାଂକୁ ହତ୍ୟା କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆଦିବାସୀଙ୍କ ପାଇଁ ଲଢୁଥିବା ନକ୍ସଲ ଏବେ ଆଦିବାସୀଙ୍କୁ ହିଁ ହତ୍ୟା କରୁଥିବା କୁହାଯାଇଛି।

ଏହି ଖବର ପଢ଼ନ୍ତୁ: ବାଟ ଭୁଲିଗଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଗୋଆ ଯିବା ବଦଳରେ ଚାଲିଗଲା କଲ୍ୟାଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe